ଅନୁଗୁଳୁ ଭାଗମୁଣ୍ତାରେ ଭାଇ-ଭଉଣୀଙ୍କୁ ଗୁଳିମାଡ ଘଟଣା : ଧରାପଡିଲା ଅଭିଯୁକ୍ତ
ଅନୁଗୁଳ କିଶୋରନଗର ଥାନା ଭାଗମୁଣ୍ଡାରେ ଭାଇ-ଭଉଣୀଙ୍କୁ ଗୁଳିମାଡ଼ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଜଙ୍ଗଲରୁ ଅଭିଯୁକ୍ତ ଧରାପଡିଛି । ତେବେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ । ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତର ଟାର୍ଗେଟରେ ଥିଲେ ବାପା କିନ୍ତୁ ଗୁଳି ଖାଇଥିଲେ ପୁଅ ଝିଅ। ୨ ଦିନ ତଳେ ଭାଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଥିଲା । ରାତିରେ ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ଗୁଳି ମାଡ଼ ହୋଇଥିଲା । ୨ ଦିନ ପରେ ଜଙ୍ଗଲରୁ ଧରାପଡିଛି ଅଭିଯୁକ୍ତ।