ତୃତୀୟ ରେଳଲାଇନ୍ ପାଇଁ ଜମି ଜବର ଦଖଲ ଉଚ୍ଛେଦ

 ବାଲେଶ୍ୱର: ବାଲେଶ୍ୱରେ ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ ରେଲୱେ ଜମିରେ ଥିବା ଜବର ଦଖଲକୁ ପ୍ରଶାସନ ତରଫରୁ ବସ୍ତି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୀର୍ଘ ଦିନ ହେବ ରେଲୱେ ଜାଗାକୁ ମାଡ଼ି ବସି ଅରଡ଼ ବଜାର,ନୂଆ ବଜାର, ଯାଦବପୁର,ଭାସ୍କରଗଞ୍ଜ ଅଞ୍ଚଳରେ ଲୋକମାନେ ବସ୍ତି ନିର୍ମାଣ କରି ଦୀର୍ଘ ବର୍ଷ ରହୁଥିଲେ । ତେବେ ଏହି ରେଳ ଲାଇନ ପାଇଁ ପାଖିପାଖି ୪୫ ମିଟର ପର୍ଯ୍ୟନ୍ତ ଉଛେଦ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ରେଳ ବିଭାଗ ଅଧିକାରୀଙ୍କ ସମେତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏହି ଉଚ୍ଛେଦ କାର୍ଯ୍ୟ ସମ୍ପନ୍ନ ହୋଇଛି । ସୁରଖୁରରେ ଉଛେଦ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ସୁଧାକର ନାୟକ ସୂଚନା ଦେଇଛନ୍ତି ।କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୁଇଦିନିଆ (୧୧ ଓ ୧୨ ତାରିଖ) କର୍ଫୁ ସ୍ଥାନୀୟ ଅଞ୍ଚଳରେ ଲାଗୁ କରାଯାଇଥିଲା । ଭୋର ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫୁ ବଳବତ୍ତର ରହିବ ବୋଲି ସୂଚନା ଦେଇଥିବା ବେଳେ ସନ୍ଧ୍ୟାରେ ଉପଜିଲ୍ଲାପାଳ ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜେସିର୍କେ କର୍ଫୁ୍ୟ ଆଦେଶ କୁ ପ୍ରତ୍ୟାହାର କରିଥିବା ଜଣାପଡିଛି ।ଉଚ୍ଛେଦ ବେଳେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଦର ତହସିଲଦାର, ଆଡିସିନାଲ ଏସପି,ସିଟି ଡିଏସପି, ସହଦେବଖୁଣ୍ଟା, ଟାଉନ ଥାନା ଆଇଆଇସିଙ୍କ ସମେତ ସାତ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଘଟଣା ଘଟି ନଥିବାର ଜଣାପଡିଛି ।