ବିସ୍ଥାପିତଙ୍କୁ ଗୃହ ପ୍ରଦାନ କେବେ? 

 ନୀଳଗିରି : ନୀଳଗିରି ହସ୍ପିଟାଲ ରୋଡ଼ରେ ଥିବା ଦୋକାନୀଙ୍କ ପାଖକୁ ଯାଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ଦୋକାନୀଙ୍କୁ ଥଇଥାନ କରିବା ନେଇ ପ୍ରତିଶୃତି ଦେଇଥିଲେ । ଚିହ୍ନଟ ପ୍ରକ୍ରିୟା ସରିବା ପରେ ଯାଇ ଉଚ୍ଛେଦ ତାପରେ ଥଇଥାନ କରିବା ପାଇଁ ଏନଏସିକୁ ଦିଆଯାଇଥିଲା । ହେଲେ କାହା ଚାପରେ ଚିହ୍ନଟ ପ୍ରକ୍ରିୟା ନସାରି  ଅଧିକାରୀ ଜଣକ ତରବରିଆ ଭାବେ ଉଚ୍ଛେଦ କଲେ ଏନେଇ ସନେ୍ଦହ ଘନୀଭୂତ ହେବାରେ ଲାଗିଛି । ସୂଚନା ମୁତାବକ ନୀଳଗିରି ହସ୍ପିଟାଲ ରୋଡ଼ରେ ୩୧ ଟି ଦୋକାନୀ ରହିଥିବା ବେଳେ, ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନୀ ମାନଙ୍କ ଉଚ୍ଛେଦ ଆବଶ୍ୟକ ବ?ଲି ପ୍ରଶାସନ କହିଥିଲା । ଏପରିକି ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ସୋନମ ଦାସ ନିଜେ ଯାଇ ବଜାର ବୁଲିବା ସହ ଦୋକାନ ଚିହ୍ନଟ ପ୍ରକ୍ରିୟା ପରେ ଦୋକାନୀ ମାନେ ନିଜେ ନିଜେ ଉଠି ଯିବାକୁ କହିଥିଲେ । ପରେ ସେମାନଙ୍କୁ ରାସ୍ତା କାର୍ଯ୍ୟ ସରିଲେ ପଛକୁ ଅନେକ ଜାଗା ଥିବାବେଳେ ସେମାନଙ୍କୁ ଥଇଥାନ କରାଯିବାକୁ ପ୍ରତିଶୃତି ଦିଆଯାଇଥିଲା । ଗତ ୧୩ ତାରିଖ ରିଖରେ ଦୋକାନୀଙ୍କ ଚିଠା ପ୍ରସ୍ତୁତ କରାଯାଇ ୨୨ ତାରିଖରେ ଦିଆଯାଇଥିଲା । ହେଲେ ଦୋକାନୀ ଚିଠା ନ ଦେଇ ଗତ ୧୪ ତାରିଖରେ ଉଚ୍ଛେଦ ପାଇଁ ଏକ ନୋଟିସ ଦିଆଯାଇଥିଲା । ଯାହା ୨୦ ତାରିଖରେ କମିଟିର ସଭାପତି ପାଇଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନୋଟିସ ଦୋକାନୀ ଉଛେଦ ନକରିବାରୁ ପୁଣି ୧୯ ତାରିଖ ପଛ ତାରିଖ ପକାଇ ଏକ ସାନି ନୋଟିସ କରି ଜେସିବି ମେସିନ ଦ୍ୱାରା ୨୨ ତାରିଖରେ ଘର ଭାଙ୍ଗିଦେବା ନେଇ ଧମକ ଦିଆଯାଇଥିଲା । ଏପରିକି ଅନେକ ଦୋକାନୀ ନୋଟିସ ପାଇ ନଥିବା ବେଳେ କିଭଳି ତାଙ୍କ ଦୋକାନ ଭାଙ୍ଗିଲେ ଏନେଇ ଏବେ ପ୍ରଶ୍ନ ଉଠିଛି । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି, ଦୋକାନ ଘର ଉକ୍ରଚ ନେଇ ବାଣ୍ଟିବା ପାଇଁ ଯେଉଁ ଆଶା ବାନ୍ଧି ରଖିଥିଲେ ତାହା ଫସର ଫାଟି ଯାଇଥିବାରୁ ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟ ମିଛ କହି ଭାଙ୍ଗିବା ଓ ଚାପ ସୃଷ୍ଟି କରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି । ସକାଳେ ମେସିନ ଲଗାଇ ଏନ୍ଏସି ଭାଙ୍ଗିବା ପାଇଁ ସକାଳେ ପହଁଚିଥିଲା । ସତେ ଯେଭଳି ଲାଗୁଥିଲା ସହର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅଧିକାରୀ ଶପଥ ନେଇଛନ୍ତି । ୩ ପୁଅକୁ ହରାଇଥିବା ବିଧବା ଗୀତାଞ୍ଜଳି ଘରଟି ଖୋଲିପାରି ନ ଥିବା ବେଳେ, ତାଙ୍କ ଘରଟି ଭାଙ୍ଗି ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ କରିଥିଲେ । ତେବେ ପ୍ରଶାସନ କିମ୍ବା ନେତା କଥା ଦେଇ କଥା ନରଖିବା ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି । ନୀଳଗିରି ଏନ୍ଏସି ପକ୍ଷରୁ ଗତ ୩ ବର୍ଷ ତଳେ ଗୋପବନ୍ଧୁ ଛାତ୍ରାବାସ ପାଖ ଦୋକାନ, ବଜÿାର ମଧ୍ୟସ୍ଥଳୀରେ ଥିବା ଦୁର୍ଗାମଣ୍ଡପ ପାଖ ଦୋକାନକୁ ଭାଙ୍ଗିଦେବା ପରେ ଦୁଇ ରୁ ତିନି ମାସ ଭିତରେ ନୂତନ ପକ୍କା ଗୃହ ନିର୍ମାଣ କରି ବିସ୍ତାପିତ ଦୋକାନୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଗୃହ ନିର୍ମାଣ ଅଧା ପନ୍ତରିଆ ହୋଇ ପଡିଛି । ଘର କାନ୍ଥରେ ବର ଓ ଅଶ୍ୱସ୍ଥ ବୃକ୍ଷ ଉଠିଲାଣି  । ଏମିତିକି କିଛି ଦୋକାନୀ ଘର ପାଇବା ଆଶା ମଉଳି ଗଲା ପରେ ନିରୁପାୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଗଲେଣି । ପ୍ରଶାସନର ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି । ଅନ୍ୟ ଦିଗରେ ନ୍ୟାୟାଳୟର ଆଇନ ଅନୁଯାଇ ପ୍ରଥମେ ଥଇଥାନ, ପରେ ଉଚ୍ଛେଦ ଥିବା ବେଳେ, ନୀଳଗିରି ପ୍ରଶାସନ ଏହି ଆଇନକୁ ଅବମାନନା କରିଛି । ଏବେ ପୁଣି ମେଡିକାଲ ପାର୍ଶ୍ୱରେ ଥିବା ଦୋକାନୀଙ୍କ ଦୋକାନ ଘର ଭଙ୍ଗାଯିବା ପରେ କେବେ ଦୋକାନ ଘର ନିର୍ମାଣ ହେବ ଏବଂ ବିସ୍ଥାପିତଙ୍କୁ କେବେ ନୂତନ ଘର ମିଳିବ ଏନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଯୁଧ୍ୟକାଳୀନ ଭିତରେ ପ୍ରଶାସନ ଗୃହ ନିର୍ମାଣରେ ଯଦି ବିଫଳ ହୁଏ ତେବେ ସମସ୍ତ ବିସ୍ତାପିତ ଦୋକାନୀ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।