ବ୍ରାଉନସୁଗର ଜବତ, ଜଣେ ଗିରଫ

 ନୀଳଗିରି: ନିଳଗିରି ଅବକାରୀ ବିଭାଗ ଏବେ ସକ୍ରିୟ ହୋଇପଡିଛି । ଚୋରା ମଦ କାରବାର ଉପରେ କଡା ନଜର ରଖିଥିବା ବେଳେ ବ୍ରାଉନ ସୁଗାର୍ ଉପରେ ବହୁ ଦିନରୁ ନଜର ରଖିଥିବା ବେଳେ ଶନିବାର ଦିନ ନିଳଗିରି ଅବକାରୀ ବିଭାଗକୁ ଏକ ବିରାଟ ସଫଳତା ମିଳିଛି । ଏକ ବ୍ରାଉନ ସୁଗାର ବେପାରୀକୁ କାବୁ କରି ଆଠ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ନିଳଗିରି ଅବକାରୀ ବିଭାଗର ଅଧିକାରୀ ଜଗନ୍ନାଥ ବେହେରା ନିଜ କର୍ମଚାରୀଙ୍କୁ ଧରି ନିଳଗିରି ଥାନା ଅନ୍ତର୍ଗତ ଇଶ୍ୱରପୁର ଛକ ନିକଟରେ ସୋର ଥାନା ଅନ୍ତର୍ଗତ ଅସିମୀଳା ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ପରିଡ଼ାଙ୍କ ପୁଅ ଦେବାଶିଷ ପରିଡ଼ା (୪୨) ଙ୍କ ଠାରୁ ୮୦ଗ୍ରାମ ବ୍ରାଉନ ସୁଗାର ଅବକାରୀ ବିଭାଗ ଜବତ କରିଛି । ଏହାର ମୂଲ୍ୟ ୮ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ନିଳଗିରି ଅବକାରୀ ବିଭାଗ ପକ୍ଷରୁ ୨୫୯/୨୪ପ୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢ଼ାଉରେ ଏ ଏସ ଆଇ ଜୟମାଧବ୍  ଦାସ ପଟ୍ଟନାୟକ, ତପନ କୁମାର ମଲ୍ଲିକ, ନହନ୍ ମୁର୍ମୁ ସାମିଲ ଥିଲେ ।