ଗାଈ ମୃତୁ୍ୟ ରୋକିବାକୁ ଦାବି

 ରାଜନଗର : ରାଜନଗର ବ୍ଲକ୍ ବଙ୍ଗୋପସାଗର ତଟବର୍ତ୍ତୀ ପୁରୁଣା ସାତଭାୟା ଅଞ୍ଚଳରେ ବାତ୍ୟା ଦାନା ପରେ ଗୋରୁ ମୃତୁ୍ୟହାର ବଢ଼ିବାରେ ଲାଗିଛି । ଶତାଧିକ ଷଣ୍ଢ ଓ ଗାଈଗୋରୁ ଖାଦ୍ୟ ଓ ପାନୀୟ ଅଭାବରୁ ମୃତୁ୍ୟବରଣ କରିଥିବା ବେଳେ, ଶହ ଶହ ଗୋରୁ ବର୍ତ୍ତମାନ ଖାଦ୍ୟ ଅଭାବରୁ ଅର୍ଦ୍ଧମୃତୁ୍ୟ ଅବସ୍ଥାରେ ଅଛନ୍ତି । ବନ ବିଭାଗ ଓ ପ୍ରାଣୀ ଚିକିସôା ବିଭାଗ ମୃତ ଗାଈଗୋରୁଙ୍କୁ ପୋତିଛନ୍ତି । ମାତ୍ର ଅନାହାରରେ ଥିବା ଗୋରୁଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନ ଥିବା ରାଜନଗର ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ଏହି ଅଞ୍ଚଳ ନିଷିଦ୍ଧାଞ୍ଚଳ ଯୋଗୁଁ ସାଧାରଣ ଲୋକମାନେ ସେଠାକୁ ଯାଇପାରୁ ନାହାନ୍ତି । ତେଣୁ ଗୋସମ୍ପଦର ସୁରକ୍ଷା ପାଇଁ ଖାଦ୍ୟ ଓ ପାନୀୟର ବନେ୍ଦାବସ୍ତ କରିବାକୁ ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ କୁମାର ଲେଙ୍କା, ଆନନ୍ଦ ଦାସ, ମନୋରଞ୍ଜନ ସାହୁ ପ୍ରମୁଖ ତହସିଲଦାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।