ସୌମେନ୍ଦ୍ର ଜେନା : ଚଳିତବର୍ଷ ଜି୨୦ ରାଷ୍ଟ୍ର ସମୂହର ୨୦ତମ ଶିଖର ବୈଠକ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ୨୨-୨୩ ନଭେମ୍ବର ୨୦୨୫ରେ ଅନୁଷ୍ଠିତ ଏହି ବୈଠକରେ ଏହାର ସଦସ୍ୟରାଷ୍ଟ୍ର ଏବଂ ନିମନ୍ତ୍ରିତ ରାଷ୍ଟ୍ରଗୁଡିକର ନେତାମାନେ ଅଂଶଗ୍ରହଣ କରିଥିଲେ । ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ବେଇଜ୍ଜତି ହେବାର ଭୟରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବର୍ଣ୍ଣବୈଷମ୍ୟ ଘୃଣା ଓ ହିଂସାର ଅଭିଯୋଗ ଆଣି ବୈଠକରେ ଯୋଗଦାନ କରିନଥିଲେ। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଅସୁବିଧା ଯୋଗୁ ଏହି ବୈଠକରେ ଯୋଗଦାନ କରିନଥିଲେ ମଧ୍ୟ ସେମାନଙ୍କ ପ୍ରତିନିଧି ଭାବେ ରାଷ୍ଟ୍ରର ଉପନେତାଙ୍କୁ ପଠାଇଥିଲେ । ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ୨୪ ନଭେମ୍ବର ଦିନ ମିଳିତ ଘୋଷଣାନାମା ପ୍ରକାଶ ପାଇଥିଲା । ୩୦ ନଭେମ୍ବର ୨୦୨୫ ଯାଏଁ ଦକ୍ଷିଣ ଆଫ୍ରିକା ହାତରେ ଜି୨୦ର ଅଧ୍ୟକ୍ଷ ଦାୟିତ୍ୱ ରହିଥିଲା ବେଳେ ପରବର୍ତ୍ତୀ କାଳରେ ତାହା ଆମେରିକା ହାତକୁ ଯିବ । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ ।
ଜି୨୦ ସଦସ୍ୟ ରାଷ୍ଟ୍ର ଭାବେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ, ଆଫ୍ରିକୀୟ ସଂଘ ଆଦି ରହିଛନ୍ତି । ଜି୨୦ର ଅଧ୍ୟକ୍ଷ ରାଷ୍ଟ୍ରକୁ ଏହାର ଶିଖର ବୈଠକ ଆୟୋଜନ କ୍ଷମତା ଦିଆଯାଇଥାଏ । ଜି୨୦ରେ ସମାନ୍ତରାଳ ଭାବେ ଦୁଇଟି ଗୋଷ୍ଠୀର କାର୍ଯ୍ୟଲିଥାଏ । ଗୋଟିଏ ହେଲା ଆର୍ôଥକ ଧାରା , ଅନ୍ୟଟି ସେର୍ପାଧାରା । ଆର୍ôଥକ ଧାରାର ଆଲୋଚନାରେ ସଦସ୍ୟ ରାଷ୍ଟ୍ର ସମୂହର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନେ ଥିଲାବେଳେ ସେର୍ପା ଧାରାର ଆଲୋଚନାରେ ରାଷ୍ଟ୍ରମୁଖ୍ୟମାନଙ୍କ ପ୍ରତିନିଧି ରହିଛନ୍ତି । ଆର୍ଥକ ଗୋଷ୍ଠୀର ଆଲୋଚନା ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ହୋଇଥାଏ । ଏହି ଗୋଷ୍ଠୀର ଆଲୋଚନା ନିୟମିତ ଭାବେ ଅଧ୍ୟକ୍ଷ ବଦଳିବା ସହ ସଂପୃକ୍ତ ରାଷ୍ଟ୍ରରେ ହୋଇଥାଏ । ସେର୍ପାଙ୍କ ବୈଠକରେ ତତ୍କାଳୀନ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଆଲୋଚନାରେ ସ୍ଥାନ ପାଇଥାଏ, ଯେଉଁଥିରେ ସଦସ୍ୟ ରାଷ୍ଟ୍ରଗୁଡିକ ନିଜର ଆଭିମୁଖ୍ୟ ପ୍ରକାଶ କରିଥାନ୍ତି । ଏହାଛଡା ଅନ୍ୟ ଗୋଷ୍ଠୀଗତ ଆଲୋଚନାରେ ସିଭିଲ ସୋସାଇଟୀ, ସାଂସଦ, ବୁଦ୍ଧିଜୀବୀ, ମହିଳା, ଯୁବଗୋଷ୍ଠୀ, ଶ୍ରମିକ, ବ୍ୟବସାୟୀ, ଗବେଷକଗଣ ଜି୨୦ ରାଷ୍ଟ୍ରଗୁଡିକରୁ ଯୋଗଦାନ କରିଥାନ୍ତି । ଏମାନଙ୍କର ବୈଠକ ଭିନ୍ନ ଭିନ୍ନ ଗୋଷ୍ଠୀର ଭିନ୍ନ ଭିନ୍ନ ସମୟରେ ଆୟୋଜିତ ହୋଇଥାଏ । ଜି୨୦ର କୋଣସି ସ୍ଥାୟୀ ସଚିବାଳୟ ଖୋଲାଯାଇ ନାହିଁ । ଏହା ସବୁବେଳେ ତ୍ରିଶକ୍ତିକୁ ନେଇ କାର୍ଯ୍ୟକରେ । ପୂର୍ବ ଅଧ୍ୟକ୍ଷ ରାଷ୍ଟ୍ର, ଅଧ୍ୟକ୍ଷ ରାଷ୍ଟ୍ର ଏବଂ ପରବର୍ତ୍ତୀ ଅଧ୍ୟକ୍ଷ ରାଷ୍ଟ୍ରର ତ୍ରିଶକ୍ତି ଜି୨୦କୁ ଆଗକୁ ନେଇଥାନ୍ତି । ଜି୨୦ର ଅଧ୍ୟକ୍ଷ ୧ ଡିସେମ୍ବରରୁ ପରବର୍ତ୍ତୀ ବର୍ଷ ୩୦ ନଭେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ହାତରେ ରଖିଥାନ୍ତି । ଜି୨୦ର ଅଧ୍ୟକ୍ଷ ବିଶ୍ୱର ଅନେକଗୁଡିଏ ସମସ୍ୟା ଏବଂ ତକ୍ରାଳିକ ବିଷୟଗୁଡିକ ଯେପରି ଜଳବାୟୁ ପରିବର୍ତ୍ତନ, ଅସମାନତା, ଦାରିଦ୍ର୍ୟ, ଅନାହାର, ବେରୋଜଗାରୀ, ଟେକ୍ନୋଲୋଜୀ ଯୋଗୁ ପରିବର୍ତ୍ତନ, ବିଶ୍ୱର ଅସ୍ଥିରତା ପରି ଅନେକଗୁଡିଏ ବିଷୟକୁ ଆଲୋଚନାରେ ପ୍ରାଧାନ୍ୟ ଦେଇଥାନ୍ତି । ଜାତିସଂଘର ଲକ୍ଷ୍ୟ ଅନୁଯାୟୀ ଜି୨୦ର ଅଧ୍ୟକ୍ଷ ବିକାଶମୁଖୀ କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ପ୍ରୟାସ କରିଥାନ୍ତି । ୨୦୨୫ ପାଇଁ ଜି୨୦ର ବିଷୟ ଥିଲା ଏକତା ସମାନତା ଓ ନିରନ୍ତର ବିକାଶ । ଜୋହାନ୍ସବର୍ଗର ଏକ୍ସପୋ ସେଣ୍ଟରଠାରେ ଅନୁଷ୍ଠିତ ଏହି ଶିଖର ବୈଠକରେ ଯେଉଁ ସବୁ ନିମନ୍ତ୍ରିତ ରାଷ୍ଟ୍ର ଯୋଗଦାନ କରିଥିଲେ ସେମାନେ ହେଲେ ଅଲଜେରିଆ, ଇଜିପଟ୍, ଇଥିଓପିଆ, ଫିନଲାଣ୍ଡ, ଆୟର୍ଲାଣ୍ଡ, ଜାମାଇକା, ମାଲେସିଆ, ନାମିବିଆ, ନେଦରଲାଣ୍ଡ, ନାଇଜେରିଆ, ନରୱେ, କାତାର, ସିଓରାଲିଓନ୍, ସିଙ୍ଗାପୁର, ସ୍ପେନ, ୟୁନାଇଟେଡ୍ ଆରବ ଏମିରେଟସ, ଭିଏତନାମ, ଜିମ୍ବାୱେ । ଏହାଛଡା ଏହାର ସଦସ୍ୟ ରାଷ୍ଟ୍ର ସମୂହ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ।
ଦକ୍ଷିଣ ଆଫ୍ରିକା ଜି୨୦ର ଅଧ୍ୟକ୍ଷ ଦାୟିତ୍ୱ ନେବାପରେ ଯେଉଁ ସବୁ ବିଷୟକୁ ଆଲୋଚନା ପାଇଁ ଗୁରୁତ୍ୱ ଦେଇଥିଲା, ସେଗୁଡିକ ହେଉଛି ବିପର୍ଯ୍ୟୟର ପ୍ରତିରୋଧ, ଋଣରୁ ମୁକ୍ତି, ପାରମ୍ପାରିକ ଶକ୍ତି ଉତ୍ସ ପାଇଁ ସହାୟତା, ଅତ୍ୟାବଶ୍ୟକ ମୂଲ୍ୟବାନ ଖଣିଜ ପଦାର୍ଥ ଇତ୍ୟାଦି । ଏହାବାଦ ଆର୍ôଥକ ବିକାଶ, ଶିଳ୍ପବିକାଶ, ରୋଜଗାର, ଅସମାନତା ହ୍ରାସ, ଖାଦ୍ୟ ସୁରକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ଗବେଷଣା ଏବଂ ନିରନ୍ତର ବିକାଶ । ଚଳିତ ବର୍ଷର ଶିଖର ବୈଠକରେ ଯେଉଁସବୁ ପ୍ରମୁଖ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଆର୍ଜେଣ୍ଟିନାର ବିଦେଶମନ୍ତ୍ରୀ ପାବ୍ଲୋ କ୍ୱିରନୋ,ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବାନିସ୍ ବ୍ରାଜିଲ ରାଷ୍ଟ୍ରପତି ଲୁଇସ ଇନାସିଓ ଦା ସିଲ୍ଭା, କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ଚୀନର ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜର୍ମାନୀର ନସେଲର ଫ୍ରେଡେରିକ ମର୍ଜ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଜିହାନ ରାକାବୁମିଙ୍ଗ ରାକା, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି, ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଇ ମୁଙ୍ଗ, ମେକ୍ସିକୋର ଅର୍ଥସଚିବ ଏଡଗାର ଆମା ଦୋର, ଜାମୋରା, ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପସଚିବ ମାକ୍ସିମ୍ ଓରେସ୍କିନ୍, ସାଉଦି ଆରବର ବିଦେଶମନ୍ତ୍ରୀ ଫୈସଲ ବିନ୍ ଫରହାନ ଅଲ ସାଉଦ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା, ତୁର୍କୀର ରାଷ୍ଟ୍ରପତି ରିସେପ ତୟିପ ଏର୍ବୋଗାନ, ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର, ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ଭନ ଦେର ଲେୟେନ୍, ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା, ଆଫ୍ରିକା ୟୁନିଅନର ଅଧ୍ୟକ୍ଷ ଜୋଆଓ ଲୋରେଙ୍କୋ ପ୍ରମୁଖ । କିନ୍ତୁ ଆମେରିକା,ଚୀନ, ରୁଷିଆ, ମେକ୍ସିକୋ ପ୍ରମୁଖ ରାଷ୍ଟ୍ରଗୁଡିକର ନେତୃବୃନ୍ଦଙ୍କ ସମେତ ପ୍ରାୟ ୩୦ପ୍ରତିଶତ ସଦସ୍ୟରାଷ୍ଟ୍ରର ମୁଖ୍ୟମାନେ ଏହି ଆଲୋଚନାର ବାହାରେ ରହିବା ଘଟଣାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁୟଲ ମାକ୍ରୋନ ସମାଲୋଚନା କରିଥିଲେ । ଭବିଷ୍ୟତରେ ଏହା ସଂଗଠନର ଗୁରୁତ୍ୱକୁ ୍ହ୍ରାସ କରିପାରେ ବୋଲି ସତର୍କ କରାଇ ଦେଇଥିଲେ। କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଆମେରିକାର ଅନୁପସ୍ଥିତିକୁ ସମାଲୋଚନା କରି କହିଥିଲେ ଯେ ଆମେରିକାକୁ ବାଦଦେଇ ମଧ୍ୟ ପୃଥିବୀ ଆଗକୁ ଯାଇପାରେ । ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ରାଷ୍ଟ୍ର, ବିଶ୍ୱ ଜିଡିପିର ଦୁଇ ତୃତୀୟାଂଶ, ବିଶ୍ୱବାଣିଜ୍ୟର ତିନି ଚତୁର୍ଥାଂଶ ଏଥିରେ ସାମିଲ ହୋଇଛନ୍ତି ।
ନିମନ୍ତ୍ରିତ ନେତୃବୃନ୍ଦଙ୍କ ମଧ୍ୟରେ ଆଲଜେରିଆର ପ୍ରଧାନମନ୍ତ୍ରୀ ସିଫି ଘ୍ରିଏବ, ଇଜିପଟ୍ର ପ୍ରଧାନମନ୍ତ୍ରୀ ମୋସ୍ତାଫା ମାଡବୈାଲୀ, ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ,ଫିନଲାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟବ, ଆୟର୍ଲାଣ୍ଡର ମାଇକେଲ ମାର୍ଟିନ,ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରିଉ ହୋଲନେସ୍, ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ନାମିବିଆର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦି-ଏନଦାୟିତ୍ୱା, ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ୍, ନାଇଜେରିଆର ଉପରାଷ୍ଟ୍ରପତି କାସିମ୍ ସେଟ୍ଟିମା, ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗୈର ଷ୍ଟୋର, କାତାର ଅମିର ତମିମ୍ ଦିନ ଅହମ୍ମଦ ଅଲଥାନୀ, ସିଓରାଲିଓନର ରାଷ୍ଟ୍ରପତି ଜୁଲିଅସ୍ ମାଡା ବିଓ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ, ସ୍ପେନର ପ୍ରଧାନମନ୍ତ୍ରୀ ପୋଡ୍ରୋ ସାଞ୍ଜେଜ୍, ୟୁଏଇର କ୍ରାଉନପ୍ରିନ୍ସ ଖାଲେଦ ବିନ ମହମଦ ଅଲ ନ୍ୟହାନ, ଭିଏତନାମ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚୀନ, ଜିମ୍ବୋୱେ ରାଷ୍ଟ୍ରପତି ଇମର୍ସନ ମାଙ୍ଗାଗ୍ୱା ପ୍ରମୁଖ ରହିଥିଲେ । ଆନୁଷ୍ଠାନିକ ନେତୃବୃନ୍ଦଙ୍କ ମଧ୍ୟରେ ଆଫ୍ରିକୀୟ ମୁକ୍ତବାଣିଜ୍ୟ କ୍ଷେତ୍ରର ସେକ୍ରେଟାରୀ ଜେନେରାଲ ୱାମକେଲେ ମେନେ, ଆଫ୍ରିକୀୟ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଆକିନୱିମି ଅଦେସିନା, ପୂର୍ବ ଆଫ୍ରିକୀୟ ରାଷ୍ଟ୍ରର ସେକ୍ରେଟାରୀ ଜେନେରାଲ ଭେରୋନିକା ନୁଦୁଭା, କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ସମୂହର କମିଶନ ଅଧ୍ୟକ୍ଷ ଇର୍ଜେଚଏଲ ନିବିଗିରା, ଆର୍ôଥକ ସ୍ଥିରତା ବୋର୍ଡର କ୍ଲାସ କ୍ଲଟ, ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ନିର୍ଦ୍ଦେଶକ କ୍ୟୁ ଡଙ୍ଗୟୁ, ବିଶ୍ୱ ଶ୍ରମିକ ସଂଗଠନର ନିର୍ଦ୍ଦେଶକ ଗିଲବର୍ଗ ହୋଙ୍ଗବୋ, ବିଶ୍ୱ ମୁଦ୍ରାପାଣ୍ଠିର ପରି·ଳନା ଅଧ୍ୟକ୍ଷା କ୍ରିଷ୍ଟିନା ଜର୍ଜିଓଭା, ବିଶ୍ୱ ଟେଲିକମ୍ୟୁନିକେଶନ ୟୁନିଅନର ସେକ୍ରେଟାରୀ ଜେନେରାଲ ଡୋରିନ ବୋଗାଦାନ-ମାର୍ଟିନ, ନିଉ ଡେଭଲପମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷା ଦିଲମା ରୋସେଫ, ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗରା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଅଧୋନାମ ଘେବ୍ରେୟେସୁସ୍, ବିଶ୍ୱ ବାଣିଜ୍ୟ ସଂଗଠନର ନିର୍ଦ୍ଦେଶିକା ଏନଗୋଜି ଓକୋଞ୍ଜୋ-ଇୱେଅଲା ପ୍ରମୁଖ ରହିଥିଲେ । (କ୍ରମଶଃ)
ଭାରତୀୟ ସାହିତ୍ୟ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩