ଦେଶପ୍ରେମୀ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ

କୃଷ୍ଣ ଚନ୍ଦ୍ର ସୁଆର : ନିଜର ସୁଖ-ସ୍ୱାଚ୍ଛନ୍ଦ୍ୟ ଓ ଭୋଗ ବିଳାସକୁ ତ୍ୟାଗ କରି ଉକ୍ରଳ ଜନନୀଙ୍କର ସେବା କରିବାରେ ଯେଉଁ ପୁଣ୍ୟାତ୍ମା ପୁରୁଷମାନେ ମନପ୍ରାଣ ଢାଳି ଦେଇଥିଲେ ସେମାନଙ୍କ ମଧ୍ୟରେ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ହେଉଛନ୍ତି ଅନ୍ୟତମ । ସେ ଏକାଧାରରେ ଜଣେ ସରଳ ନମ୍ର, ସାହସୀ, ପରମଞ୍ଚନୀ, ଦେଶ ହିତୈଷୀ ଓ ଜାତୀୟବାଦୀ ଜନନାୟକ ଥିଲେ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ତାଙ୍କର ଉଦାର ଅବଦାନ ତଥା ଗଠନ ମୂଳକ ଭୂମିକା ତାଙ୍କୁ ଚିରସ୍ମରଣୀୟ କରି ରଖିଛି । ଏହି ବହୁମୁଖୀ ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ୧୮୭୦ ମସିହା ଡିସେମ୍ବର ମାସ ୧୭ ତାରିଖରେ ମୟୂରଭଞ୍ଜର ରାଜପରିବାରରେ । ତାଙ୍କ ପିତାଙ୍କ ନାମ କୃଷ୍ଣଚନ୍ଦ୍ର ଭଞ୍ଜ । ପିଲାବେଳେ ଜ୍ୟୋତିଷ ତାଙ୍କ ଭବିଷ୍ୟତ ସଂପର୍କରେ କହିଥିଳେ-ଏ ଭଞ୍ଜ ବଂଶର ନାମ ରଖିବ । ପୁଅଟି ରାମଚନ୍ଦ୍ର ଭଳି ହେବା ତେଣୁ ତାଙ୍କ ନାମ ରଖା ଯାଇଥିବା ରାମଚନ୍ଦ୍ର । ବାସ୍ତବରେ ପ୍ରଭୁ ରାମଚନ୍ଦ୍ରଙ୍କ ଭଳି ବହୁ ମହତ ଗୁଣର ସେ ଅଧିକାରୀ ହୋଇଥିଲେ ।


    ଅତି ବାଲ୍ୟକାଳୁ ତାଙ୍କ ପିତାମାତାଙ୍କ ଦେହାନ୍ତ ହେତୁ ବହୁ ଦୁଃଖରେ ତାଙ୍କ ଜୀବନ କୁସୁମ ବିକଶିତ ହୋଇଥିଲା । ବଂଶବିହାର ଓଡ଼ିଶାର ଛୋଟ ଲାଟ୍‌ ସାହେବଙ୍କ ସହାୟତାରେ ସେ ବିଦ୍ୟାଧ୍ୟୟନ କରିଥିଲେ । ତାଙ୍କର ଇଂରାଜୀରେ ବଡ ଦକ୍ଷତା ଥିଲା ଦେଖିବାକୁ ଓ ଶିକାର କରିବାକୁ ସେ ଖୁବ୍‌ ଭଲ ପାଉଥିଲେ । ୧୮୯୨ ମସିହାରେ ସେ ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ଛୋଟ ନାଗପୁରର ରାଜଜେମା ଲକ୍ଷ୍ମୀ କୁମାରୀଙ୍କୁ ସେ ୧୮୮୬ ମସିହାରେ ବିବାହ କରିଥିଲେ । ନିଜ ରାଜ୍ୟକୁ ଏକ ଆଦର୍ଶ ରାଜ୍ୟ କରି ଗଢିବା ପାଇଁ ସେ ବରାବର ଚେଷ୍ଟା କରୁଥିଲେ । ଉକ୍ରଳମଣି ଗୋପବନ୍ଧୁଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା । କୋଣସି କାର୍ଯ୍ୟ କଲାବେଳେ ସେ ଗୋପବନ୍ଧୁଙ୍କ ପରାମର୍ଶ ନେଉଥିଲେ ।

   ଗଣତାନ୍ତ୍ରିକ ଉପାୟରେ ଶାସନ ପରିଚାଳନା ପାଇଁ ସେ ଷ୍ଟେଟ କାଉନସିଲ ଗଠନ କରିଥିଲେ । ଶାସନକୁ ସୁନିୟନ୍ତ୍ରିତ କରିବା ପରେ ରାଜସ୍ୱ ପରିମାଣ ବୃଦ୍ଧି ପାଇଥିଲା । ଜଳସେଚନର ସୁବିଧା ନିମନ୍ତେ ସେ ହଳଡିହ ଓ ହଳଦିଆ ନାମକ ଦୁଇଟି ସ୍ଥାନରେ ବୃହତ ଜଳଭଣ୍ଡାର ସ୍ଥାପନ କରିଥିଲେ । ରୁପ୍‌ସାଠାରୁ ବାରିପଦା ପର୍ଯ୍ୟନ୍ତ ରେଳଲାଇନ ନିର୍ମାଣ କରାଇଥିଲେ । ବହୁ ରାସ୍ତାଘାଟ, ଶିକ୍ଷା, ପରିମଳ, ଜଳଯୋଗାଣ ଆଲୁଅର ବ୍ୟବସ୍ଥା, ପୋଲିସ ବିଭାଗର ସୃଷ୍ଟି ସମେତ କାଠ, ପଥର, ମଠା, ଟସର ଶିଳ୍ପ ଆଦି ବିଷୟରେ କାରଖାନା ବସାଇଥିଲେ । ସେ ସର୍ବସାଧାରଣଙ୍କ ନିମନ୍ତେ ପୁସ୍ତକାଳୟ, ଡାକ୍ତରଖାନା ଆଦି ଲୋକହିତକର କାର୍ଯ୍ୟ କରିଥିଲେ । ତାଙ୍କର ଶାସନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ଧନ, ସଂପଦ ମଧ୍ୟରେ ବଢି ରାଜସିଂହାସନରେ ବସି ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା । ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ । ସବୁ ଧର୍ମ ସମନ୍ୱୟ ମତବାଦ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା । ସେ କହୁଥିଲେ ହିନ୍ଦୁ ହେଉ ଅଥବା ମୁସଲମାନ ହେଉକି ଖ୍ରୀଷ୍ଟିଆନ କି ବୋ÷ଦ୍ଧ ବା ଅପର ଧର୍ମାବଲମ୍ବୀ ହେଉ, ସମସ୍ତେ ଏକ ପରମେଶ୍ୱରଙ୍କ ସନ୍ତାନ । ଏତଦ୍‌ବ୍ୟତୀତ ତାଙ୍କର ସବୁଠାରୁ ଭଲ ଗୁଣ ଥିଲା ନିଜକୁ ଶାସକ ନଭାବି ସେ ପ୍ରଜାଙ୍କର ସେବକ ବୋଲି ଭାବୁଥିଲେ । ବିଭିନ୍ନ ଦେଶ ଭ୍ରମଣ କରି ଅନେକ ଅଭିଜ୍ଞତା ଅର୍ଜନ କରିଥିଲେ ଏବଂ ରାଜ୍ୟ ଶାସନର ଆଧୁନିକୀକରଣ କରିଥିଲେ ।


    ରେଭେନ୍ସା କଲେଜର ମୁଖ୍ୟ ଗୃହ ତାଙ୍କ ପିତା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ଦାନରେ ନିର୍ମିତ ହୋଇଥିଲା । ଓଡ଼ିଶାର ପୁରାତନ ସାହିତ୍ୟ ଅନୁଷ୍ଠାନ ‘ଉକ୍ରଳ ସାହିତ୍ୟ ସମାଜ’ର ନିଜସ୍ୱ ଗୃହ ‘ଶ୍ରୀରାମଚନ୍ଦ୍ର ଭବନ’ ୧୯୨୬ ମସିହାରେ ଶ୍ରୀରାମଚନ୍ଦ୍ରଙ୍କର ଜ୍ୟେଷ୍ଠପୁତ୍ର ସ୍ୱର୍ଗତ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଙ୍କ ଦାନରେ ନିର୍ମିତ ହୋଇ ତାଙ୍କ ଅନୁରୋଧ କ୍ରମେ ଏ ଭବନ ତାଙ୍କ ପିତା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ନାମରେ ନାମିତ ହୋଇଛି। ଓଡ଼ିଶାର ପ୍ରଥମ ମେଡିକାଲ କଲେଜ ଉକ୍ରଳ ବିଶ୍ୱବିଦ୍ୟାଳୟ ଆରମ୍ଭ ପରେ ୧୯୪୩-୪୪ରେ ସ୍ଥାପିତ ହୋଇ ପରେ ଏହା ପୁଣ୍ୟ ଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାମରେ ନାମିତ କରି ଏ ଜାତି ପୂଜ୍ୟ ପୂଜାର ସ୍ମୃତିଚାରଣ କରୁଛି । ୧୯୧୨ ମସିହା ଫେବୃଆରୀ ମାସ ୧୨ ତାରିଖରେ ଏକ ମୃଗୟା ଗସ୍ତରେ ଯାଇଥିଲା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଥିଲେ ଓଡ଼ିଶାର ଗର୍ବ ଓ ଗୋରବ । ତାଙ୍କ ଭଳି ଓଡ଼ିଆ ପ୍ରାଣ, ସଂସ୍କୃତି ସଂପନ୍ନ ଆଦର୍ଶ ଓ ପ୍ରଜାନୁରଞ୍ଜନ ରାଜା ବାସ୍ତବରେ ବିରଳାଳ ତାଙ୍କର ରାଜତ୍ୱ କାଳରେ ଉକ୍ରଳର ଅନେକ ଉନ୍ନତି ସାଧନ ହୋଇଥିଲା । ତାଙ୍କରି ଆଦର୍ଶରେ ଆମେ ଅନୁପ୍ରାଣିତ ହେବା ସଙ୍ଗେ ହାତକୁ ହାତ ମିଳାଇ କାମ ନକଲେ ଆମେ ଅକ୍ଲେଶରେ ଓଡ଼ିଶାର ସଂହତି ରକ୍ଷା କରିବା ସଙ୍ଗେ ଅନେକ ଜନହିତକର କାର୍ଯ୍ୟ କରିପାରିବା ।


ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର-୧୬