ବଢିଲା କୃଷି ବିଦ୍ୟାନିଧି ଯୋଜନା ଆବେଦନ ଅବଧି

ଭୁବନେଶ୍ୱର : କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତ୍ତି ଯୋଜନା । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍‌-କିଷାନ୍‌ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ଓ ଏହା ସେମାନଙ୍କ ଉଚ୍ଚ଼ଶିକ୍ଷା ପାଇଁ ବରଦାନ ସାଜିଛି । ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍‌ ଆବେଦନ ସମୟସୀମା ଅକ୍ଟୋବର ୧୫ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁରୋଧକ୍ରମେ ବିଭାଗ ତରଫରୁ ଅନଲାଇନ୍‌ ଆବେଦନ ଓ ଯାଞ୍ଚ ପ୍ରକ୍ରିୟର ଅବଧିକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍‌ ଆବେଦନ ଶେଷ ତାରିଖ  ଆସନ୍ତା ୨୦ ତାରିଖ ରହିଛି । ସେହିଭଳି ଶିକ୍ଷାନୁଷ୍ଠାନସ୍ତରରେ ଆବେଦନ ପତ୍ରର ଯାଞ୍ଚ ଶେଷ ତାରିଖ ୨୫ ତାରିଖ ରହିଛି । ଜିଲ୍ଲାସ୍ତରରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ ଜାନୁଆରି ୨୫ ତାରିଖ ସୁଦ୍ଧା ଆବେଦନ ଗୁଡିକର ଅନୁମୋଦନ କରି ରାଜ୍ୟସ୍ତରରେ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଉପସ୍ଥାପନ କରିବେ । ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କୃଷି ବିଦ୍ୟାନିଧି ଯୋଜନାର ସୁଯୋଗ ନେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି ।