ବ୍ଲକ ଟପ୍ପର ହେଲେ ପୁନମ ପ୍ରଧାନ
ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୩ଟି ହାଇସ୍କୁଲର ୭ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମସ୍ଥ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ମେଧାବୀ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧିକ ୫୬୫ ମାର୍କ ରଖି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ସେହି ରାଧାକୃଷ୍ଣ ହାଇସ୍କୁଲର ଛାତ୍ର ଟି. କିର୍ତ୍ତୀମାନ ପାତ୍ର ୫୬୧, ଛାତ୍ରୀ ଯୁଗରୂପା ଯୁଗାନ୍ତିକା ସାହୁ ୫୪୯ ଓ ଛାତ୍ରୀ ଶୁଭସ୍ମିତା ଗୌଡ ୫୪୦ ମାର୍କ ଏବଂ ସୋରଡ ହାଇସ୍କୁଲର ଛାତ୍ରୀ ଇ. ଶୁଭଶ୍ରୀ ରାଓ ୫୫୬ ମାର୍କ, ମାଣିତରା ହାଇସ୍କୁଲର ଛାତ୍ରୀ ସୋନାଲି ସାହୁ ୫୫୪ ଓ ପି.ଶ୍ରଦ୍ଧାଶ୍ରୀ ପାତ୍ର ୫୪୨ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧିକ ୯୪.୧୬ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ ।