ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ପୁଅକୁ ନପାଇ ବୃଦ୍ଧଙ୍କ ଆଖିରୁ ଶୁଖୁନି ଲୁହ 

 ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୩୮ ବର୍ଷର ଯୁବକ ନିଖୋଜ । ଆଜକୁ ୩ମାସ ହେବ ପୁଅ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୭୦ବର୍ଷୀୟ ଜନ୍ମ ଦାତ୍ରୀ ମା । ପୁଅର ଆସିବା ବାଟକୁ ଅନେଇ ବୃଦ୍ଧ ପିତା ମାତାଙ୍କ ଆଖିରୁ ଶୁଖୁନି ଲୁହ ।ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ କଉଯୋଡି ଗ୍ରାମରେ । ସୂଚନା ମୁତାବକ ଲୀଳାବତୀ ମାଝୀଙ୍କ ୩୮ବର୍ଷ ପୁଅ ବନମାଳୀ ମାଝୀ ଆଜକୁ ୧ବର୍ଷ ହେବ  ତାମିଲନାଡୁ ସହରରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରିବାକୁ ଯାଇଥିଲା । ସ୍ତ୍ରୀ ଏବଂ ଦୁଇଟି ପିଲା ମଧ୍ୟ୍ୟ ଅଛନ୍ତି ।ସବୁଦିନ ମୋପୁଅ ମୋତେ ଟେଲିଫୋନରେ ମୋ ସହିତ କଥା ହୁଏ ହେଲେ ଆଜକୁ ୩ମାସରୁ ରୁ ଅଧିକ ହେବ ମୋ ପୁଅ ମୋତେ ଫୋନ କରୁନାହିଁ ସେଠାରେ ଥିବା ଅନ୍ୟ ସହଯୋଗୀ ମାନଙ୍କୁ ପଚାରିବାରୁ ସେମାନେ କିଛି ସତକଥା କହୁ ନଥିବା ଦେଖିବାକୁ ମିଳୁଛି । ଏନେଇ ଆମେ ବହୁ ଦେବାଦେବୀଙ୍କ ଶରଣ ନେବା ସହିତ ସମସ୍ତ ବନ୍ଧୁ ବାନ୍ଧବ ଙ୍କ ଘରେ ଖୋଜିଲୁଣି ହେଲେ କିଛି ଖବର ମିଳୁନାହିଁ । ଶେଷରେ ନିୟାଶ୍ରୟ ହୋଇ ପୀରହାଟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଯଥାଶୀଘ୍ର ପୀରହାଟ ପୋଲିସ ଉକ୍ତ ଅଭିଯୋଗର ତଦନ୍ତ କରି ପୁଅକୁ ଖୋଜି ଆଣିବାକୁ ମା ଦାବି କରିଛନ୍ତି ।