ସହିଦ୍ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍ ହୋଇଥିବା ନିରୀହ ପର୍ଯ୍ୟଟନଙ୍କ ଉଦେ୍ଦଶ୍ୟରେ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି । କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲିକ, ଆଳିର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ଡାÿଃ ଦେବସ୍ମିତା ଶର୍ମା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ସମାଜସେବୀ ପ୍ରଦୀପ ମହାନ୍ତି, ସତ୍ୟପ୍ରିୟ ସାମଲ ପ୍ରମୁଖ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ମୃତକଙ୍କ ପ୍ରତି ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଏଭଳି ବର୍ବର ଅମାନୁଷିକ କାର୍ଯ୍ୟକୁ ଦୃଢ ନିନ୍ଦା କରାଯାଇଥିଲା ।