ସମ୍ବିଧାନ ହତ୍ୟା ଦିବସ
ଭଦ୍ରକ : ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ‘ସମ୍ବିଧାନ ହତ୍ୟାଦିବସ’ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ନାୟକ, ମୁଖ୍ୟବକ୍ତା ଡଃ କୃପାସିନ୍ଧୁ ନାୟକ, ସମ୍ମାନିତ ଅତିଥି ଅକ୍ଷୟ କୁମାର ପାଣିଗ୍ରାହୀ ଓ ବିଶିଷ୍ଟାତିଥି ମଞ୍ଜୁଲତା ମହାପାତ୍ର ପ୍ରମୁଖ ଯୋଗଦେଇ ସମ୍ବିଧାନ ହତ୍ୟାଦିବସ ଅବସରରେ ସମ୍ବିଧାନର ଆଇନ୍ କାନୁନ୍ ଓ ଆଜିର ସମାଜରେ ସମ୍ବିଧାନ ନିୟମ ଉଲ୍ଲଙ୍ଘନ ସଂପର୍କରେ ଆଲୋକପାତ କରିଥିଲେ । ସଭାକୁ ରଘୁନାଥ ନାୟକ ଓ ଗୌରାଙ୍ଗ ଦାସ ପ୍ରମୁଖ ସଭା ସଂ·ଳନ କରିବା ସଂଗେ ସଂଗେ ପ୍ରଭାତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।