କୃଷି ଉଦ୍ୟୋଗୀ କର୍ମଶାଳା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଠାରେ ମହିଳା କୃଷି ଉଦ୍ୟୋଗୀ ମାନଙ୍କୁ ନେଇ ଏକ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କଳା ଠାକୁର ଉତ୍ପାଦକ ସଂଘ ପରିଚାଳନା ନିଦେ୍ର୍ଦଶିକା ମମତା ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରୀୟ ମହିଳା କୃଷିରତ ସଂସ୍ଥାନ ପକ୍ଷରୁ ପ୍ରଧାନ ବୈଜ୍ଞାନିକ ଡ.ଲିପି ଦାସ ଯୋଗ ଦେଇ ଆଧୁନିକ କୃଷି ଉପରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦ୍ଭାବନ ହୋଇଥିବା ଆଧୁନିକ ଯନ୍ତ୍ରପାତି ଦ୍ୱାରା ମହିଳା ମାନେ କେଉଁ ଭଳି କୃଷି ଉଦ୍ୟୋଗୀ ହୋଇ ପାରିବେ ସେନେଇ କର୍ମଶାଳାରେ ପରାମର୍ଶ ଦିଆ ଯାଇଥିଲା । କର୍ମ ଶାଳାରେ ତିନି ଗୋଟି କମିଟି ଗଠନ ହେବା ପରେ ଆଧୁନିକ ଯନ୍ତ୍ରପାତି ଦ୍ୱାରା ସେମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରା ଯାଇଥିଲା । ଏଥିରେ ୫୦ରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରତିମା କୁଅଁର, କିରଣବାଳା ସୋରେନ, ଅନୂସୟା ବାରିକ, ସନ୍ଧ୍ୟା ରାଣୀ ଦାସ, ସୁଭାଷିନୀ ମହାପାତ୍ର, ସସ୍ମିତା ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।