ମହାବୀରଙ୍କ ବାର୍ଷିକ ଉସବ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଓଳା ଗ୍ରାମରେ ପ୍ରତିଷ୍ଠିତ ମହାବୀରଙ୍କ ଚର୍ତୁଦ୍ଦଶ ବାର୍ଷିକ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଘଟ ଉତ୍ତୋଳନ, ସୂର୍ଯ୍ୟ ପୂଜା ପରେ ସ୍ଥାନୀୟ ଅଞ୍ଚଳର ଓ ଜଗତର କଲ୍ୟାଣ ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରଦୀପ କୁମାର ସାହୁ ଓ ପ୍ରଭାରାଣୀ ସାହୁ କର୍ତ୍ତା ଭାବେ ସଂକଳ୍ପ କରିଥିଲେ । ଶ୍ରୀକାନ୍ତ ପଣ୍ଡା ଓ ଦୀପକ ଦାସ ପୂଜାର୍ଚ୍ଚନା କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ପ୍ରସାଦସେବନ କରାଯାଇଥିଲା । ଶ୍ୟାମସୁନ୍ଦର ପାତ୍ର, ଧର୍ମାନନ୍ଦ ସାହୁ, ମାୟାଧର ସାହୁ, ଅନିରୁଦ୍ଧ ଖିଲାର, ପରମାନନ୍ଦ ସାହୁ, ପ୍ରତାପ ସାହୁ,ମନୋଜ ବେହେରା, ଶରତ ସାହୁ ଓ ଅମୂଲ୍ୟନିଧି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।