ଗୁଆ ମଙ୍ଗୁଳା ଓ ବାଇକ୍ ଶୋଭାଯାତ୍ରା
ତିହିଡି: ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଛି ତିହିଡି । ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ରବିବାର ଗୁଆ ମଙ୍ଗୁଳା ଓ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳେ ତିହିଡ଼ିସ୍ଥିତ ଶ୍ରୀରାମ ମନ୍ଦିରରେ ଗୁଆ ମଙ୍ଗୁଳା ସରିବା ପରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଳା । ତିହିଡ଼ି କଲେଜଛକ ଠାରୁ ଏହି ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ରାଣୀପୁର ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ସମିତିସଭ୍ୟ ଶୁକଦେବ ମଲିକ, ପି. ହୃଷିକେଶ, ଉଷାକାନ୍ତ ନାୟକ, ବିଶ୍ୱଜିତ୍ ବେହେରା, ରଘୁନାଥ ପାତ୍ର, କେଶବ ବେହେରା, ତପୁନୁ ପାଣି, ଉମାକାନ୍ତ ଦାସ, ଲୋକେଶ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ଭୋଇ ଓ ଦେବବ୍ରତ ପାଢ଼ୀଙ୍କ ସମେତ ଶତାଧିକ ସାମିଲ ହୋଇଥିଲେ ।