ଦିଗାମ୍ବର ଚଚା ମଣ୍ଡଳ ସଭାପତି 

 ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ଜୋନର ମଣ୍ଡଳ ସଭାପତି ଭାବେ ଦିଗାମ୍ବର ସାନ୍ତା ମନୋନୀତ ହୋଇଛନ୍ତି  । ଦୀର୍ଘ ଦିନ ଧରି ଚଚା ମଣ୍ଡଳ ସଭାପତି ପଦ ଖାଲି ପଡ଼ିଥିବା ବେଳେ ଏନେଇ ବିଜେପି ପକ୍ଷରୁ ଚଚା ମଣ୍ଡଳ ସଭାପତି ଭାବେ ନିଯୁକ୍ତି ପାଇଁ ଜିଲ୍ଲା ସଭାପତିଙ୍କ ନିକଟକୁ ଚିଠି ପ୍ରେରଣ କରାଯାଇଥିଲା  । ତେବେ ଦିଗାମ୍ବର ସାନ୍ତାଙ୍କୁ ଚଚା ମଣ୍ଡଳ ସଭାପତି ଭାବେ ମନୋନୀତ କରିଥିବାରୁ ଅଞ୍ଚଳରେ ସ୍ୱାଗତ କରିବା ସହ ଖୁସି ପ୍ରକଟ କରିଛନ୍ତି  । ଚଚା ମଣ୍ଡଳ ଝରିଗାଁ ବ୍ଲକର ୮ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ମଣ୍ଡଳ ସଭାପତି ଦଳକୁ ସୁଦୃଢ କରିବେ ବୋଲି କର୍ମୀ ଆଶା ରଖିଛନ୍ତି  । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଝରୀଗାଁ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ଝରୀଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଧଡ୍ରା ମଣ୍ଡଳ ସଭାପତି ବୁଝବୋଲ ଗୌଡ଼, ଚିତ୍ର ପ୍ରସାଦ ତିୱାରୀ, ଗିରି ପାଣ୍ଡେଙ୍କ ସମେତ ସମର୍ଥକ, ଦଳୀୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି ।