ସମାଜସେବୀଙ୍କ ପରଲୋକ
ସାଲେପୁର: ବେତେଇ ଗ୍ରାମର ତଥା ସାଲେପୁର-କୁଆଁପାଳ ରୋଡ୍ର ସର୍ବପୁରାତନ ବ୍ୟବସାୟୀ ତଥା ସମାଜସେବୀ ମୀନକେତନ ସାହୁ(୭୩)ଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ଅନ୍ନପୂର୍ଣ୍ଣା ସାହୁ, ବଡ଼ପୁଅ ଅଶୋକ କୁମାର ସାହୁ, ରାଜେଶ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ବୋହୂ ଅନିତା ସାହୁ, ସସ୍ମିତା ସାହୁ, ଶୁଭଶ୍ରୀ ସାହୁ, ନାତିନାତୁଣୀ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡ଼ପୁଅ ଅଶୋକ କୁମାର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।