ଶିଶୁ ଶ୍ରମିକ ନିରାକରଣ ଶୋଭାଯାତ୍ରା
ନବରଙ୍ଗପୁର : ସମସ୍ତ ପ୍ରକାର ବୃତ୍ତି ଓ କାର୍ଯ୍ୟରେ ଶିଶୁ ଶ୍ରମିକ ନିରାକରଣ କରିବାପାଇଁ ଏକ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାଟି ନବରଙ୍ଗପୁର ସହରର ଆମ୍ବେଦକର ଛକରୁ ଆରଂଭ ହୋଇ ଚାଉଁରିୟାଗୁଡା ଛକ ପର୍ଯ୍ୟନ୍ତ କୌଣସି କର୍ମ, ବ୍ୟବସାୟିକ, ବୃତ୍ତିରେ ୧୫ ବର୍ଷ ପୂର୍ଣ୍ଣ କରି ନ ଥିବା ଶିଶୁଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନ କରିବାକୁ ଏବଂ ୧୫ ରୁ ୧୮ ବର୍ଷ ବୟସ ର କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତିରେ ନିୟୋଜନ ନ କରିବା ଉପରେ ବିଭିନ୍ନ ସ୍ଲୋଗାନ ପୋଷ୍ଟର ଓ ପ୍ରଚାର ପତ୍ରିକା ମାଧ୍ୟ୍ୟମରେ ସାଧାରଣ ଲୋକ ତଥା ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ସଚେତନତା ବାର୍ତା ଦିଆଯାଇଥିଲା । ଏହି ସଚେତନତା ଶୋଭାଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଅଜନ୍ତା ସୁଭଦର୍ଶିନୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଭିନ୍ନ ଶ୍ରମିକ ସଂଘ କର୍ମକର୍ତା ପରମେଶ୍ୱର ବିଶୋଇ, ଖଗେଶ୍ୱର ବିଶୋଇ, ବେସରକାରୀ ସଂଘ ସଦସ୍ୟ ଉମା ସତାନାମୀ, ପ୍ରଭାସିନୀ ପଟ୍ଟନାୟକ ଓ ଅନ୍ୟଟ୍ରେଡ ୟୁନିଅନ କର୍ମକର୍ତାଙ୍କ ମଧ୍ୟରେ ସୁଜିତ ହିଆଲ, ସାହିଲ ଭତରା, ସଲମାନ ନାଗ, ବିପିନ ନାଗ, ଦେବରାଜ ଗୌଡ ଓ ଟ୍ରେଡ ୟୁନିଅନ ସଭ୍ୟ ଯୋଗ ଦେଇଥିଲେ ।