ଦିବ୍ୟଜ୍ୟୋତି କନଭେଣ୍ଟ ସ୍କୁଲ୍ର ଶତ ପ୍ରତିଶତ ସଫଳତା 

 ବେତନଟୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ବେତନଟୀ ଆଗ୍ରିଆ ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ସ୍କୁଲର ପରୀକ୍ଷା ଦେଇଥିବା ୩୩ ଜଣ ଯାକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେଥିମଧ୍ୟରୁ ବିଦ୍ୟାଳୟର ଛାତ୍ର ପ୍ରତୀକ ସେନାପତି ୯୫.୪ ପ୍ରତିଶତ ରଖି ସ୍କୁଲ ଟପ୍ପର ହୋଇଥିବାବେଳେ ଧ୍ୱନୀ ଖଣ୍ଡେଲୱାଲ ୯୫.୨ ପ୍ରତିଶତ ଦ୍ୱିତୀୟ, ଶ୍ରଦ୍ଧା ଅଗ୍ରୱାଲ ୯୪ ପ୍ରତିଶତ ତୃତୀୟ, ପିଙ୍କି ପ୍ରିୟଦର୍ଶିନୀ ସିଂ ୯୨.୪ ପ୍ରତିଶତ ଚତୁର୍ଥ, ସ୍ୱସ୍ତିକା ମହାନ୍ତି ୯୨ ପ୍ରତିଶତ ପଞ୍ଚମ, ଅନୁରାଗ ନାଏକ ୯୦.୪ ପ୍ରତିଶତ ଷଷ୍ଠ ଓ ପ୍ରତୁ୍ୟଷ ପାଲ ୯୦ ପ୍ରତିଶତ ରଖି ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ୯୦ପ୍ରତିଶତରୁ ଊଦ୍ଧ୍ୱର୍ ୭ଜଣ, ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ୮ଜଣ ବିଦ୍ୟାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଶତ ପ୍ରତିଶତ ପାସହାର କରିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଏହି ସଫଳତା ପାଇଁ ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫ ଅଭିନନ୍ଦନ ଜଣାଇ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।