ଆଦର୍ଶ ଓ ଏକଲବ୍ୟ ବିଦ୍ୟାଳୟର ସଫଳତା

 ନୀଳଗିରି : ଚଳିତବର୍ଷର ସିବିଏସ୍ଇ ଦଶମ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ନୀଳଗିରି ବ୍ଲକ୍ ଜାମୁଡ଼ିହା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ୯୮.୭୨ପ୍ରତିଶତ ପାସ୍ହାର ବିଦ୍ୟାଳୟ ପାଇଁ ସୁନାମ ଆଣିଛି । ୧୧ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀ ଅଙ୍କିତା ବାରିକ ୪୮୭ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଛାତ୍ରୀ ସଂଚିତା ସାହୁ ୪୮୧, ଲଳିତ ରାଉତ ୪୭୬, ଚିରଞ୍ଜିବୀ ପାତ୍ର ୪୭୨, ଜ୍ଞାନେଶ ମହାପାତ୍ର ୪୭୨, ଭବାନୀଶଙ୍କର ବେହେରା ୪୭୦ନମ୍ବର ରଖି ପିତାମାତାଙ୍କ ସମେତ ବିଦ୍ୟାଳୟର ସୁନାମ ଆଣିଛନ୍ତି । ଅନୁରୂପ ଭାବେ ବରହମପୁର ସାଳଡହର ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ୭୨.୨୨ପ୍ରତିଶତ ପାସ୍ହାର ହୋଇଥିବାବେଳେ ବରହମପୁର ମହାପାତ୍ରସାହି ମାର୍ତ୍ତଣ୍ଡ ମହାପାତ୍ର ଏବଂ ମା’ସତ୍ୟବତୀଙ୍କ କନ୍ୟା ଶ୍ରାବଣୀ ମହାପାତ୍ର ୯୨.୦୨ ପ୍ରତିଶତ ନମ୍ବର ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଛାତ୍ରୀ ଶ୍ରାବଣୀ କହିଛନ୍ତି । ସେହିପରି ଛାତ୍ରୀ ପ୍ରଜ୍ଞା ପାରମିତା ବେହେରା ୮୮.୦୪ପ୍ରତିଶତ ଏବଂ ନିବେଦିତା ଦାସ ୮୭.୦୪ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ।