୩୫ ପରିବାରଙ୍କୁ ଉଦ୍ଧାର କଲେ ପୂର୍ବାଞ୍ଚଳ ଡିଆଇଜି
।ା ପ୍ରଭାନୁ୍ୟଜ ।ା ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧାରେ ଜଳବନ୍ଦୀ ଥିବା ୩୫ ପରିବାରଙ୍କୁ ଉଦ୍ଧାର କଲେ ପୂର୍ବାଂଚଳ ଡିଆଇଜି ଡ. ସତ୍ୟଜିତ ନାୟକ । ନଈ କୂଳରେ କିଛି ଲୋକ ବିପଦ ପୂର୍ଣ୍ଣ ଭାବେ ରହୁଥିବା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଖବର ପାଇଥିଲେ ଡ଼ିଆଇଜି ସତ୍ୟଜିତ ନାୟକ । ଭଦ୍ରକ ଏସପି ଙ୍କୁ ସାଙ୍ଗରେ ନେଇ ଓଡ୍ରାପ ଟିମ୍କୁ ନେଇ ସେଠାରେ ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛନ୍ତି । ଡିଆଇଜିଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡକର, ·ନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ ତିହିଡି ପୁଲିସ । ଶନିବାର ଏହି ଅଂଚଳପ୍ରତି ପୋଲିସ ପ୍ରଶାସନ ତରଫରୁ କଡ୍ଡା ନଜର ରହିଥିଲା । ଏହି ଗାଁରେ ୩୫ ପରିବାର ଜଳମଗ୍ନ ଅବସ୍ଥାରେ ରହୁଥିବା ଖବର ପାଇ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବା ପୂର୍ବାଂଚଳ ଡିଆଇଜିଙ୍କ ନେତୃତ୍ୱରେ ଶନିବାର ସଂଧ୍ୟାରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ବିପନ୍ନମାନଙ୍କ ମଧ୍ୟରେ ଶିଶୁ, ବୃଦ୍ଧ, ବୃଦ୍ଧାମାନଙ୍କୁ ଐସାନ୍ୟ ଚଣ୍ଡୀ ହାଇସ୍କୁଲରେ ଥିବା ଆଶ୍ରୟସ୍ଥଳୀରେ ରଖାଯାଇଛି । ପରେ ରାତିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିପନ୍ନମାନଙ୍କୁ ଭେଟିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ରବିବାର ପୂର୍ବାହ୍ନରେ ଜିଲ୍ଲାପାଳ ମଧ୍ୟ କ୍ଷେତ୍ରୀୟ ପରିଦର୍ଶନ କରିଥିବା ଜଣାଯାଇଛି । ଡ଼ିଆଇଜିଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।