ଦିଲ୍ଲୀ ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା
ଢେଙ୍କାନାଳ : ସିବିଏସଇର ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳର ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୦୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଅନନ୍ୟା କ୍ରିଷ୍ଣା ୯୫.୨% ରଖି ଟପ୍ପର ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ହରପ୍ରିୟା ସାହୁ ୯୪% ନମ୍ବର ନମ୍ବର ରଖିଛନ୍ତି । ଅନନ୍ୟା ଅର୍ଥନୀତିରେ ୧୦୦ରୁ ୧୦୦ ରଖିଛନ୍ତି । ୧୮ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷାରେ ୯୦% ରୁ ଅଧିକ ରଖିଛନ୍ତି । ସେହପିରି ଦଶମ ଶ୍ରେଣୀରେ ମୋଟ ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି । ୩୮ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ଏବଂ ୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ୮୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଦଶମ ପରୀକ୍ଷାରେ ବିଦ୍ୟାଳୟରଐସୂର୍ଯ୍ୟା ଭଗବାନ୍ ସାହୁ ୯୬.୪ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଆୟୁଷ୍ମାନ ଭଗବାନ୍, ଜ୍ୟୋତିଷମାନ୍ ପଣ୍ଡା, ପ୍ରତୁ୍ୟଷ ମାଝି, କୌସ୍ତୁଭ କୁମାର ପ୍ରମୁଖ ୪ଜଣ ଛାତ୍ର ଗଣିତରେ ୧୦୦ରୁ ୧୦୦ନମ୍ବର, ଦିବ୍ୟଜ୍ୟୋତି ମିଶ୍ର ଓଡିଆରେ ୧୦୦ରୁ ୧୦୦ନମ୍ବର ଏବଂ ଆବାକାଶ ପାଣିିଗ୍ରାହୀ ଏସଏସଟିରେ ୧୦୦ରୁ ୧୦୦ନମ୍ବର ରଖିଛନ୍ତି । ଡିପିଏସର ପ୍ରିନ୍ସପାଲ୍ ସୁବ୍ରମଣ୍ୟମ କୁମାର ଶ୍ରୀପଦ, ନିଦେ୍ର୍ଦଶକ ଡକ୍ଟର ଲଗନଜିତ୍ ଦାଶ ଏବଂ ପ୍ରୋ ଭାଇସ ଚେୟାରମ୍ୟାନ୍ ବିନୋଦ ଦାଶ ସମସ୍ତ ଛାତ୍ର ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।