ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ
ବରୀ: ଶିକ୍ଷାମଣ୍ଡଳ କାର୍ଯ୍ୟାଳୟ ଅଧିନସ୍ଥ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତନିବେଶୀ ଶିକ୍ଷା ସାଧନା କେନ୍ଦ୍ରରେ ଆଲିମକୋ ଏବଂ ସାଇଡ୍ ସେଭର କର୍ମଚାରୀ ମାନଙ୍କ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ କରାଯାଇଛି । ମୋଟ ୧୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚଳନ ବାଧିତ, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ, ମାନସିକ ଅନଗ୍ରସର, ମସ୍ତିକ ପକ୍ଷାଘାତ, ସ୍ୱପରାୟଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବା ସହିତ ୧୮ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଆରପି ରାମକୃଷ୍ଣ ମିଶ୍ର, ଆଇଇ କୋଡିନେଟର ବନ୍ଦନା ଜେନା, ଏବିଇଓ ଜଳଧର ଖଟୁଆ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜ୍ୟୋତିରଞ୍ଜନ ସାହୁ ଏବଂ କର୍ମଚାରୀ ସୁବାସ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।