ଗୁଡୁର ମୃତୁ୍ୟ ଦୁର୍ଘଟଣା ଜନିତ ନା ସୁପରିକଳ୍ପିତ ହତ୍ୟା!

ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ଖଇରବଣୀ ନିକଟରେ ସକାଳ ୬ଘଟିକା ସମୟରେ ଏକ ମୃତ ଦେହ ଉଦ୍ଧାର କରିଛି ବୈଶିଙ୍ଗା ପୁଲିସ । ଖବର ନେବାରେ ଜଣାଯାଇଛି ଯେ ବେତନଟୀର ସ୍ୱର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କର ଏକମାତ୍ର ପୁତ୍ର ଆଶୁତୋଷ (ଗୁଡ଼ୁ) ବୟସ ୩୮, ଗତକାଲି ରବିବାର ରାତି ଗୋଟାଏ ପର୍ଯ୍ୟନ୍ତ ବେତନଟୀରେ ଥିଲେ । ନିଜର ପୋଲସର ବାଇକଟି ମଧ୍ୟ ପୂଜା ମଣ୍ଡପ ପାଖରେ ଛିଡା ହୋଇଛି । ଭୋର ୪.୧୩ ମିନିଟରେ ଗୁଡୁ ନିଜ ମାଆ ପାଖକୁ ଫୋନ କରିଥିଲେ ମୁଁ ଘରକୁ ଯାଉଛି । ମାତ୍ର ଦେଢ ଘଣ୍ଟା ପରେ ଖବର ମିଳିଲା ବୈଶିଙ୍ଗା ଡାକ୍ତରଖାନାରେ ମୃତ ଦେହ ରହିଛି । ଏହି ମୃତୁ୍ୟ ଏବେ ରହସ୍ୟ ଘେରରେ ସୁଚିନ୍ତିତ ହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଆକଳନ କରାଯାଇଛି । ବୈଶିଙ୍ଗା ପୁଲିସ ଖବର ପାଇ ଗୁଡୁର ମରଶରୀର କୁ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚାଇଥିଲେ । ଖବର ପାଇ ବେତନଟୀରୁ ତାଙ୍କର ପରିବାର ବର୍ଗ ତଥା ସାଙ୍ଗ ସାଥି ଓ ବ୍ୟବସାୟୀ ଏବଂ ଦୁର୍ଗାପୂଜା କମିଟିର ସଦସ୍ୟ ଗଣ ବୈଶିଙ୍ଗା ଡାକ୍ତରଖାନାରେ ଗୁଣ୍ଡ ହୋଇଥବାର ଦେଖିବାକୁ ମିଳିଛି । ୪ବର୍ଷ ତଳେ ଗୁଡୁ ବିବାହ କରିଥିବା ବେଳେ ତାଙ୍କର ଦୁଇ ବର୍ଷର ପୁତ୍ର ସନ୍ତାନ ଥିବା ଜଣାଯାଇଛି । ବୈଶିଙ୍ଗା ପୁଲିସ ଖବର ପାଇ ମୃତକ ଗୁଡୁକୁ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚାଇବା ପରେ ତଦନ୍ତ ଚଳାଇ ବେତନଟୀ ରେ ପହଞ୍ଚିଥିଲା । ରବିବାର ରାତିରେ ଗୁଡୁ ସହିତ ମିଶି ଅନ୍ୟ ତିନି ଜଣ ଶଙ୍କର, ବଙ୍ଗାଳୀ ଓ ଚିନା ବିଭିନ୍ନ ଢାବାରେ ମଦ ପିଇବା ପରେ ଗୁଡ଼ୁକୁ ଖଇରବଣୀ ନିକଟରେ କାର୍ରୁ ଓହ୍ଲାଇ ଦେଇ ଚାଲିଯାଇଥିଲେ ବୋଲି  ପୁଲିସ ଅଟକ ରଖିଥିବା ତିନି ଜଣ ବୟାନ ଦେଇଛନ୍ତି  । ମାତ୍ର ମୃତକ ର ପାରିପାର୍ଶ୍ୱିକ ଅବସ୍ଥାରୁ ଯାହା ଜଣାଯାଏ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଶା କରାଯାଏ  । ମାତ୍ର ବୈଶିଙ୍ଗା ପୁଲିସ ୪୭ ନମ୍ବର ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ବ୍ୟବଛେଦ ପାଇଁ ବାରିପଦା ପଠାଇଥିବା ଜଣାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଆଶା କରାଯାଇଛି ।