ଦିଲ୍ଳୀ ମୁଖ୍ୟମନ୍ତ୍ରୀ କଲେ ଜଗନ୍ନାଥ ଦର୍ଶନ
ପୁରୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ପୂର୍ବାହ୍ନରେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି । ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡ଼କ୍ଟର ସମ୍ବିତ ପାତ୍ର ଶ୍ରୀମନ୍ଦିରକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶନ ସାରି ଫେରିବା ବେଳେ ବାଇଶି ପାହାଚରେ କିଛି ସମୟ ପାଇଁ ବସିଥିଲେ । ଶ୍ରୀମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ଗୁପ୍ତା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଛି । ଦିଲ୍ଳୀ ତଥା ଦେଶର ପ୍ରଗତି ପାଇଁ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ସହ ଆସନ୍ତା ଉକôଳ ଦିବସ ପାଳନ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେ ପ୍ରକାଶ କରିଥିଲେ । ଦିଲ୍ଳୀରେ ବାସ କରୁଥିବା ଓଡ଼ିଆମାନଙ୍କ ସୁଖଦୁଃଖ ଦିଲ୍ଳୀ ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀମତୀ ଗୁପ୍ତା ପ୍ରକାଶ କରିଥିଲେ ।