ଦୀପ ପ୍ରଜ୍ଜ୍ୱଳନ କରି ନବୀନଙ୍କ ଆରୋଗ୍ୟ କାମନା 

 ଟାଙ୍ଗୀ/ଚୌଦ୍ୱାର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଚିକିସôା ନିମନ୍ତେ   ଯାଇଛନ୍ତି । ଆଜି ଅସ୍ତ୍ରୋପଚାର ହୋଇଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଚୌଦ୍ୱାର କଟକ ବିଜେଡି ପକ୍ଷରୁ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ କଟକ କଲେଜ୍ ଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିର ଓ ଚୌଦ୍ୱାର ସ୍ଥିତ ସତ୍ୟନାରାୟଣଙ୍କ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ନବୀନଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ । ନବୀନ ପଟ୍ଟନାୟକ  ସୁସ୍ଥ ହୋଇ ଓଡ଼ିଶା ଫେରିବେ ବୋଲି ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ପ୍ରକାଶ କହିଛନ୍ତି ।