ପ୍ରଥମ ଥର ଲୋକସଭା ଯିବେ ପ୍ରିୟଙ୍କା

Priyanka Gandhi

ପ୍ରଥମ ଥର ଲୋକସଭା ଯିବେ ପ୍ରିୟଙ୍କା

ଭୁବନେଶ୍ୱର : ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାକୁ ଯିବା ନିଶ୍ଚିତ ହୋଇଯାଇଛି  । ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ପରେ ପ୍ରିୟଙ୍କା ସେଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ  । କେରଳରେ ବିଜେପିର ସେଭଳି ଶକ୍ତି ନଥିବାରୁ ପ୍ରିୟଙ୍କାଙ୍କ ସହ ସିପିଆଇ ନେତା ସଥ୍ୟାନ ମୋକେରିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା  । ଏବେବି ଗଣତି ଜାରି ରହିଥିଲେ ମଧ୍ୟ ପ୍ରିୟଙ୍କା ବାଜିମାତ୍‌ କରିସାରିଛନ୍ତି  । ଏଯାବତ୍‌ ସେ ୬ ଲକ୍ଷ ୨୨ ହଜାରରୁ ଅଧିକ ଭୋଟ ପାଇବା ସହ ୪ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି  । ଅପରପକ୍ଷରେ ସିପିଆଇ ନେତା ସଥ୍ୟାନ ମୋକେରି ମାତ୍ର ୨ ଲକ୍ଷ ଭୋଟ୍‌ ପାଇଛନ୍ତି  । ଯେତେବେଳେକି ବିଜେପିର ନାଭ୍ୟା ହରିଦାସଙ୍କୁ ୧ ଲକ୍ଷ ଭୋଟ ମିଳିଛି  । ୪ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଥିବାରୁ ପ୍ରିୟଙ୍କା ବିଜୟ ସୁନିଶ୍ଚିତ ହୋଇସାରିଛି  । ଏବେ କେବଳ ତାଙ୍କର ବିଜୟ ବ୍ୟବଧାନ କେତେ ରହିବ ତାହା ଦେଖିବାକୁ ବାକି ରହିଲା  ।