ଦୀର୍ଘଦିନ ଧରି ଅକାମି ହୋଇ ପଡିରହିଛି ୩ ସରକାରୀ ବସ

 ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଚଳ ହୋଇ ପଡି ରହିଛି ୩ ସରକାରୀ ବସ । ଗୋଟିଏ ବସ ୩ମାସ ଏବଂ ଅନ୍ୟ ଦୁଇଟି ବସ ୧ ମାସ ଓ ୧୫ ଦିନ ଧରି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସଷ୍ଟାଣ୍ଡ ପରିସରରେ ପଡି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମଧ୍ୟରେ ବିଭିନ୍ନ ବ୍ଲକ ଓ ଗ୍ରାମକୁ ୧୦ଟି ରୁଟରେ ମୋଟ ୧୧ଟି ବସ ଚାଲିଛି । ତେବେ ଏହି ସବୁ ରୁଟରେ ବସ ସେବା ବ୍ୟାହାତ ନହେବା ପାଇଁ ସରକାରଙ୍କ ପକ୍ଷରୁ ୩ଟି ସ୍ପେୟାର ତଥା ଅତିରିକ୍ତ ବସ ଯୋଗାଇ ଦିଆଯାଇଛି । ଆବଶ୍ୟକ ସମୟରେ ଏହି ଅତିରିକ୍ତ ବସ ଗୁଡିକ ଯାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ରହିଥିବା ବେଳେ ବର୍ତ୍ତମାନ ଏହି ବସଗୁଡିକୁ ଆବଶ୍ୟକ ହୋଇପଡିଛି । ୩ଟି ବସ ମଧ୍ୟରୁ ଗୋଟିଏ ବସ ଦୀର୍ଘ ୩ ମାସ ହଦୟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅକାମି ହୋଇ କଳଙ୍କି ଖାଉଥିବ ବେଳେ ଅନ୍ୟ ଦୁଇଟି ବସ ମଧ୍ୟରୁ ଯାନ୍ତ୍ରିକ ତ୍ରୁଟି ପାଇଁ ଗୋଟିଏ ବସ ଓ ଅନ୍ୟ ଗୋଟିଏ ପ୍ରାୟ ୧୫ ଦିନରୁ ଉର୍ଦ୍ଧ୍ୱ ଧରି ଅକାମି ହୋଇ ପଡିରହିଛି । ଯାହଳା ଫଳରେ ଯତାୟାତରେ ବାଧା ଉପୁଜିଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।