ଦୁଇ ଦୋକାନରୁ ଚୋରି

 ସୁକିନ୍ଦା : ଗୋଟିଏ ରାତିରେ ସୁକିନ୍ଦାର ଦୁଇ ଦୋକାନରୁ ଚୋରି ହୋଇଛି । ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଦ୍ୱାର ନିକଟରେ ଥିବା ଶ୍ରୀକାନ୍ତ ସାହୁଙ୍କ ପାନ ଦୋକାନ ଓ ମନୋଜ ବାରିକଙ୍କ ସେଲୁନରେ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଶନିବାର ସକାଳେ ଦୁଇ ଦୋକାନୀ ତାଲା ଖୋଲାଥିବା ଦେଖି ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶ୍ରୀକାନ୍ତ ସାହୁଙ୍କ ଦୋକାନରେ ଲାଗିଥିବା ସିସିଟିଭିରେ ଚୋରି ସମୟର ଭିଡିଓ ଘୁରିବୁଲୁଛି । ସୁକିନ୍ଦା ଅଂଚଳରେ ଚୋରି, ଲୁଟ୍ ଘଟଣା କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ, ପୁଲିସର ନିରବତା ଦୁର୍ବୃତ୍ତଙ୍କ ମନୋବଳକୁ ବହୁଗୁଣିତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । କୌଣସି ଚୋରି ବା ଅପରାଧିକ ଘଟଣାରେ ପୁଲିସକୁ ସଫଳତା ମିଳୁ ନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।