ବାରମ୍ବାର ଦାବି ପରେ ବି ସୁଧୁରିଲାନି ଖସାଗଡିଆ ରାସ୍ତା
ପାଣିକୋଇଲି : ବାରମ୍ବାର ଦାବି କରାଗଲା । ବିଡ଼ିଓଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଗଲା । ହେଲେ ସୁଧୁରିଲାନି ଖସାଗାଡ଼ିଆ ରାସ୍ତା । ସାମାନ୍ୟବର୍ଷାରେ ରାସ୍ତାରେ ଜମୁଛି ପାଣି । ଫଳରେ ଯିବା ଆସିବାରେ ସମସ୍ୟାରେ ପଡ଼ୁଛନ୍ତି ଗାଁ ଲୋକେ । କୋରେଇ ବ୍ଲକ ହଲଦିଗଡିଆ ପଞ୍ଚାୟତ ଖସାଗଡିଆ ଗାଁ । ଗାଁ ଲୋକେ ମେଡ଼ିକାଲରୁ ଆରମ୍ଭ କରି ବ୍ଲକ, ହାଟ ବଜାର ଯିବା ଆସିବା କରିଥାନ୍ତି । ସ୍କୁଲ ପିଲା ବି ଉକ୍ତ ରାସ୍ତା ଦେଇ ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି । ବର୍ଷ ବର୍ଷ ଧରି ରାସ୍ତା କଚ୍ଚା ରହିଆସିଛି । ବିଭିନ୍ନ ସମୟରେ ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ବି ହୋଇପାରିଲାନି । ଏବେ ବର୍ଷାଦିନ ଆରମ୍ଭ ହେବାକ୍ଷଣି ରାସ୍ତାରେ ଜମୁଛି ପାଣି । ନୂତନ ସରକାର ଦୃଷ୍ଟିକୁ ଆଣି ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିି ।