ତିନୋଟି ସ୍ଥାନରୁ ଚୋରି 

ତିନୋଟି ସ୍ଥାନରୁ ଚୋରି 

 ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତ ସ୍ଥିତ ପୋଖରୀ ଛକ ନିକଟରେ ତିନିଟି ସ୍ଥାନରୁ ଚୋରି ହୋଇଥିବା  ଅଭିଯୋଗ ହୋଇଛି । ଗତ ୭ତାରିଖ ବିଳମ୍ବିତ ରାତିରେ ପୋଖରୀଛକ ନିକଟସ୍ତ ଅଭିମନୁ୍ୟ ସାମଲଙ୍କ ଘରୁ ପାଣି ମଟର ଓ ଅନ୍ୟାନ୍ନ ସାମଗ୍ରୀ ଲୁଟ ହୋଇଥିବା ବେଳେ ଗତକାଲି ରାତିରେ କାମିନୀ ବାରିକ ଓ ବାବାଜୀ ବେହେରାଙ୍କ ଘରୁ ଲୁଟ ହୋଇଛି । କାମିନୀଙ୍କ ଘରେ କେହି ରହୁନଥିବା ବେଳେ ଲୁଟେରା କବାଟ ଭାଙ୍ଗି ଘରୁ କଳାକନା ବୁଲାଇଛନ୍ତି । କଂସା ବାସନ ସମେତ ଟଙ୍କା ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ବାବାଜୀ ବେହେରାଙ୍କ ପାଣି ମଟର ସମେତ ଅନ୍ୟାନ୍ନ ସାମଗ୍ରୀ ଚୋରି ହୋଇଛି । ଲୁଟେରା ରାସ୍ତାକଡରେ ଥିବା ଘର ଗୁଡିକ ଉପରେ ଟାର୍ଗେଟ କରୁଛନ୍ତି । କ୍ରମାଗତ ଚୋରି ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଠି କରିଛି । ଆଜି ବିଞ୍ଝାରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ଡଗ ୱାର୍ଡର ସହାୟତା ନିଆଯିବ ବୋଲି ସୂଚନା ମିଳିଛି ।