ଦୁଇ ବାଇକ ମୁହାଁମୁହିଁ : ୩ ମୃତ

ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ବାଇକ୍ ୧୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସୂଚନା ଅନୁଯାୟୀ, ଓଡ଼ଗାଁରୁ ଏକ ଟିଭିଏସ୍ ରାଇଡ଼ର ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ବୁଲେଟ ମୁହାଁମୁହିଁ ଧକ୍କା ହୋଇଥିଲା। ଟିଭିଏସ୍ ରାଇଡ଼ର ଗାଡ଼ିରେ ଥିବା ଦୁଇଜଣ ଓ ବୁଲେଟ ଗାଡ଼ି ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ଓ ପୁଲିସ ଉପସ୍ଥିତିରେ ସମସ୍ତଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡ଼ାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।