ନଦୀରେ ବୁଡ଼ି ୩ ମୃତ, ୧ ଗୁରୁତର

ନଦୀରେ ବୁଡ଼ି ୩ ମୃତ, ୧  ଗୁରୁତର

ଦିଗପହଣ୍ଡି : ଦିଗପହଣ୍ଡିରେ ଅଭାବନୀୟ ଘଟଣା । କେ. ନୂଆଗାଁ ଥାନା ଅନ୍ତର୍ଗତ କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସେମାନେ ସମସ୍ତେ ରତ୍ନେଶ୍ଵରୀ ମନ୍ଦିରରେ ପ୍ରସାଦ ସେବନ ସାରି ଫେରୁଥିଲେ । ବାଟରେ ବାହୁଦା ନଦୀ ପାର ହେଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।