ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା
କଟକ : ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା-୨୦୨୩ ଆସନ୍ତା ଅକ୍ଟୋବର ୨୭ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ପରୀକ୍ଷା ନିର୍ଘଣ୍ଟ ସମ୍ପର୍କିତ ବିଜ୍ଞପ୍ତି ଓଡିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି। ୫ଟି ଜୋନ ଯଥା ଭୁବନେଶ୍ୱର,ବାଲେଶ୍ୱର,ବ୍ରହ୍ମପୁର,କଟକ,ସମ୍ବଲପୁରରେ ଏହି ପରୀକ୍ଷା କରାଯିବ । ସକାଳ ୧୦ଟାରୁ ୧୨ଟା ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ଓ ଦିନ ୧ଟା୩୦ରୁ ୩ଟା୩୦ ପର୍ୟ୍ୟନ୍ତ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଦିବ୍ୟାଙ୍ଗ ପ୍ରାର୍ଥୀ ମାନଙ୍କୁ ଅତିରିକ୍ତ ୪୦ମିନିଟ ସମୟ ଦିଆଯିବ । ଏହି ବର୍ଗର ପରୀକ୍ଷାର୍ଥୀ ସକାଳ ୧୦ଟାରୁ ୧୨ଟା୪୦ ଓ ଦିନ ୧ଟ୩୦ରୁ ୪ଟା୧୦ ପର୍ୟ୍ୟନ୍ତ ଯଥାକ୍ରମେ ପେପର-୧ ଓ ପେପର-୨ ପରୀକ୍ଷା ଦେବେ । ପେପର-୧ରେ ୧୦୦ଟି ଓ ପେପର-୨ରେ ୮୦ଟି ଅବଜେକ୍ଟିଭ ପ୍ରଶ୍ନ ରହିବ । ପରୀକ୍ଷାର୍ଥୀ ମାନଙ୍କ ପାଇଁ ପ୍ରବେଶ ପ୍ରମାଣପତ୍ର ଓ ନିର୍ଦ୍ଦେଶାବଳୀକୁ ଓପିଏସସି ୱେବସାଇଟରେ ପରବର୍ତ୍ତୀ ସମୟରେ ଉପଲବ୍ଧ କରାଯିବ । ଏହାକୁ ପରୀକ୍ଷାର୍ଥୀ ମାନେ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି ।