ଦୁଇ ବେପାରୀ ଗିରଫ; ୧୦ ଗ୍ରାମ ବ୍ରାଉନସୁଗାର ଜବତ
ଭୁବନେଶ୍ୱର, ୧୮ା୯ : ଆଇଆରସି ଭିଲେଜ ନିକଟ ଏକ ସରକାରୀ ସ୍କୁଲ ନିକଟରେ ଧଳାଜହର ବିକ୍ରି ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ନୟାପଲ୍ଲୀ ଥାନା ପୁଲିସ । ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଓ ୭ ଶହ ଟଙ୍କା ଜବତ କରାଯାଇଛି । ପରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ନୟାପଲ୍ଲୀ ଗଡ଼ ସାହିର ସୁକାନ୍ତ ପଲେଇ ଓ ଭରତପୁର ତାରିଣୀ ବସ୍ତିର ଲିଙ୍ଗରାଜ ଘୁଟୁଲା ।
ସୂଚନା ଯୋଗ୍ୟଯେ, ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ନୟାପଲ୍ଲୀ ଥାନାଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ୱତନ୍ତ୍ର ଟିମ ଆଇଆରସି ଭିଲେଜ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଅତର୍କିତ ଚଢ଼ାଉ କରି ୨ ଜଣ ଧଳାଜହର ବେପାରୀଙ୍କୁ କାବୁ କରିଥିଲେ । ପରେ ସେମାନଙ୍କ ତଲାସି ବେଳେ, ଦୁହିଁଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର, ୭ ଶହ ଟଙ୍କା ଏକ ବାଇକ ଜବତ କରାଯାଇଛି ।