ଛାତ୍ର ମୃତୁ୍ୟ ଘଟଣାର ଉଚସ୍ତରୀୟ ତଦନ୍ତ ପାଇଁ ମୋହନଙ୍କୁ ହେମନ୍ତଙ୍କ ଅନୁରୋଧ


  •  ଭୁବନେଶ୍ୱର, ୧୮ା୯ : ଗତ ୧୦ ତାରିଖରେ ଜାଗମରା ସ୍ଥିତ ଘରୋଇ କଲେଜରେ ନାଁ ଲେଖାଇଥିଲେ ଝାଡଖଣ୍ଡର ଛାତ୍ର । ନାମଲେଖାର ମାତ୍ର  ୩ ଦିନ ପରେ ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଝାଡ଼ଖଣ୍ଡ ଛାତ୍ରଙ୍କର ସନେ୍ଦହଜନକ ମୃତୁ୍ୟ ଘଟିଛି । ଏହି ଘଟଣାର ଉଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋଶାଲ ମିଡିଆ ‘ଏକ୍ସ’ରେ ଏନେଇ ଟ୍ୱିଟ୍ କରି ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
    ହେମନ୍ତ ସୋରେନ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ରାଞ୍ଚିର ଅଭିଷେକ ରବି ଓଡିଶାର ଭୁବନେଶ୍ୱର ସ୍ଥିତ ଆଇଟିଆର କଲେଜରେ ପଢ଼ୁଥିଲେ । ତାଙ୍କର ସନେ୍ଦହ ଜନକ ମୃତୁ୍ୟ ଘଟିଛି । ଓଡିଶା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଭଗବାନ ଅଭିଷେକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ତାଙ୍କ ପରିବାର ବର୍ଗକୁ ଏହି କଷ୍ଟ ସମୟରେ ଭଗବାନ ସହାୟକ ହୁଅନ୍ତୁ ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି । ସେହିପରି ଛାତ୍ରଙ୍କର ସନେ୍ଦହଜନକ ମୃତୁ୍ୟର ନିରପେକ୍ଷ ତଦନ୍ତ ପାଇଁ ଓଡିଶା ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଘଟଣାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି । ଛାତ୍ରଙ୍କର ସନେ୍ଦହ ଜନକ ମୃତୁ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଘରୋଇ ଇଞ୍ଜିନିୟରିଂର କର୍ତ୍ତୃପକ୍ଷ । କଲଜେ ତରଫରୁ କୁହାଯାଇଛି, ଛାତ୍ର ଜଣଙ୍କ କଲେଜ ଛାତରୁ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତୁରନ୍ତ ଘଟଣାସଂପର୍କରେ  ପରିବାର ଲୋକ ଓ ପୁଲିସକୁ ଜଣାଇ ଦିଆଯାଇଥିଲା । କଲେଜ କର୍ତ୍ତୃପକ୍ଷ ଆହୁରି କହିଛନ୍ତି ଯେ, ପରିବାର ଲୋକଙ୍କ ଉପସ୍ଥିତିରେ ଛାତ୍ରଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଜାଗମରା ସ୍ଥିତ ଘରୋଇ କଲେଜରେ ନାଁ ଲେଖାଇଥିଲେ ଝାଡଖଣ୍ଡର ଛାତ୍ର । ନାମ ଲେଖାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଥିଲା ।