ରାଜଧାନୀରେ ଜୋରଦାର ହୋଟେଲ ଚେକିଂ

  •  
    ଭୁବନେଶ୍ୱର ୨୨ ।୧୦: ରାଜଧାନୀରେ ଦିନକୁ ଦିନ ଅପରାଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଖାସ୍ କରି ବାହାର ରାଜ୍ୟର ଅପରାଧୀମାନେ ଟ୍ରେନ ଓ ବସ ଯୋଗେ ରାଜଧାନୀରେ ପହଞ୍ଚô ଏଠାରେ ଭିନ୍ନ ଭିନ୍ନ ତାରିକାରେ ଅପରାଧ ଭିଆଇ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି । ଏଠାକୁ ଆସିବା ସେମାନଙ୍କ ପାଇଁ ଯେତିକି  ସହଜ ତା’ଠୁ ଅଧିକ ସେମାନଙ୍କୁ ରାଜଧାନୀରେ ଖୁବ୍ କମ୍ ମୂଲ୍ୟରେ ହୋଟେଲ ରୁମ୍ ମିଳୁ ଥିବାରୁ ଅପରାଧୀ ମାନେ ଏଠାରେ ରହି ବେଶ ଆରାମରେ ନିଜ ହାତ ସଫେଇ କରିବାରେ ସଫଳ ହେଉଛନ୍ତି । ସହରରେ ଗଢ଼ି ଉଠିଥିବା ମାଳ ମାଳ ହୋଟେଲ ଗୁଡ଼ିକ ସରାଇ ଆପ୍ ବ୍ୟବହାର କରୁଛନ୍ତି କି ନାହିଁ, ଯଦି କରୁଛନ୍ତି ତେବେ ନିୟମ ଅନୁଯାୟୀ ପ୍ରତ୍ୟେକ ଦିନ ସ୍ଥାନୀୟ ଥାନାରେ ଗ୍ରାହକ ମାନଙ୍କର ସବିଶେଷ ତଥ୍ୟ ଦେଉଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ସୋମବାର ରାତିରେ ସହରର କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଥାନା, ବଡ଼ଗଡ଼ ଥାନା, ସହିଦନଗର ଥାନା, ମୈତ୍ରୀବିହାର ଥାନା, ଚନ୍ଦ୍ରଶେଖପୁର ଥାନା ଏବଂ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ମୋଟ ୫୫ଟି ହୋଟେଲରେ ଚଢ଼ଉ କରାଯାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ବେଳେ ହୋଟେଲ ମାଲିକମାନଙ୍କୁ ସରାଇ ଆପ୍ ବ୍ୟବହାର କରିବା ସହିତ ଉକ୍ତ ଆପ୍ ମାଧ୍ୟମରେ ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କର ସବିଶେଷ ତଥ୍ୟ ପ୍ରତ୍ୟେକ ଦିନ ଅପ୍ଲୋଡ଼ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଉକ୍ତ ଆପ୍କୁ ହୋଟେଲ ମାଲିକମାନେ ଡାଉନ୍ଲୋଡ଼ କରିବା ସହିତ ଏଥିରେ ଗ୍୍ରାହକ ମାନଙ୍କର ସବିଶେଷ ବିବରଣୀ ପଞ୍ଜୀକୃତ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । କେଉଁ ହୋଟେଲରେ କେତେ ଗ୍ରାହକ ଅଛନ୍ତି, କାହାର ଅପରାଧୀକ ସମ୍ପୃକ୍ତି ଅଛି କି ନାହିଁ, ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । ଭୁବନେଶ୍ୱର ସହରରେ ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହ ହୋଟେଲରେ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଇଥିବା ପରିଚୟ ତଥା ଠିକଣା ସଠିକ୍ ଅଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ବ୍ୟତିକ୍ରମେ ହେଲେ ହୋଟେଲ ମାଲିକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମଧ୍ୟ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି ହୋଟେଲ ଚେକିଂ ଅଭିଯାନରେ ସମ୍ପୃକ୍ତ ଥାନାର ୨ ଜଣ ଅଫିସର,୨ ଜଣ ମହିଳା କନଷ୍ଟେବଳ ଓ ଟିମ୍ ୬୦ର ୨ ଜଣ ସଦସ୍ୟ ସାମିଲ ଅଛନ୍ତି ।