କୁକର୍ମ ଅଭିଯୁକ୍ତକୁ ୭ବର୍ଷ ଜେଲ ଦଣ୍ଡ


  1. ଭୁବନେଶ୍ୱର, ୧୮ା୯ : ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ-୪ର ବିଚାରପତି ପ୍ରଦୀପ କୁମାର ବେହେରା, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ହୋଇଥିବା ଏକ କୁକର୍ମ ମାମଲାର ଅଭିଯୁକ୍ତ ଏ. କାଳିଆକୁ ୭ ବର୍ଷ ଜେଲ ଦଣ୍ଡ ।
    ସୂଚନା ଯୋଗ୍ୟଯେ, ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ପରିବାର ସରକାରୀ ପଲି ଟେକନିକ କଲେଜ ପରିସର ମଧ୍ୟରେ କ୍ୱାର୍ଟର ପାଇ ରହୁଥିଲେ । ଗତ ୨୦୨୧ ମସିହା ଫେବୃୟାରୀ ୨୨ ତାରିଖ ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଏ. କାଳିଆ ସମ୍ପୃକ୍ତ ଆଦିବାସୀ ପୀଡ଼ିତା ମହିଳାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଜୋରଜବରଜସ୍ତ କୁକର୍ମ କରିଥିଲା ଏବଂ ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ସେ ତାଙ୍କୁ ଜୀବନରୁ ମାରିଦେବ ବୋଲି ମଧ୍ୟ ଧମକ ଦେଇଥିଲା । ପୀଡ଼ିତା ଜଣକ ଅଭିଯୁକ୍ତର କଥାରେ ଭୟଭୀତ ନହୋଇ ଘଟଣା ସମ୍ପର୍କରେ ପ୍ରଥମେ ନିଜ ମାଆଙ୍କୁ ଜଣାଇଥିଲେ । ଝିଅ ନିକଟରୁ ଘଟଣା ସମ୍ପର୍କରେ ଶୁଣିବା ପରେ ଅଭିଯୋଗକାରିଣୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଆଧାରରେ ଚନ୍ଦ୍ରଶେଖରପୁର ଥାନା କେସ ନମ୍ବର-୧୧୮/୨୦୨୧, ଦଫା ୩୭୬(୨) (ଏନ)/୫୦୬ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ମାମଲାର ତଦନ୍ତ ଦାୟୀତ୍ୱ ସମ୍ପୃକ୍ତ ଥାନାର ଏସଆଇ ବିଜୟନୀ ବାଗଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଶ୍ରୀମତୀ ବାଗ ଏହି ମାମଲାକୁ ବିଭିନ୍ନ ଦିଗରୁ ସଠିକ ଭାବେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ । ପରେ ତାକୁ କୋର୍ଟ ଚାଲାଣ କରାଯିବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଭିଯୁକ୍ତ ବିରୋଧରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ÷ଦାଲତ ୧୦ ଜଣ ସାକ୍ଷୀ ଓ ୧୮ ଗୋଟି ପ୍ରଯୁର୍ଯ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଏ. କାଳିଆକୁ ଦଫା- ୩୭୬(୧) ଆଧାରରେ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ବର୍ଷ ଅଧିକ କାରାଦଣ୍ଡ ନିମନ୍ତେ ଅଦାଲତ ଆଦେଶ ଦେଇଥିବା ବେଳେ, ପୀଡ଼ିତାଙ୍କୁ ଆର୍ଥିକ ସାହାର୍ଯ୍ୟ କରିବା ନିମନ୍ତେ ଭୁବନେଶ୍ୱର ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରୋସିକୁ୍ୟଟର ଡ. ସୁରେଶ କୁମାର ବାରିକ ପରିଚାଳନା କରିଥିଲେ ।