ଦୁର୍ଗନ୍ଧମୟ ପରିବେଶରେ ପଢ଼ୁଛନ୍ତି ପିଲା କର୍ତ୍ତୃପକ୍ଷ ନିରବଦ୍ରଷ୍ଟା, ପଦକ୍ଷେପ ନ ନେଲେ ଆନେ୍ଦାଳନ ଚେତାବନୀ
ନୀଳଗିର: ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ସହିତ ଗରିବ ଆଦିବାସୀ ପିଲାମାନଙ୍କୁ ନିଶୁଳ୍କ ଖାଦ୍ୟ ବସ୍ତ୍ର ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଯୋଜନାକରି ଶିକ୍ଷା ପ୍ରଦାନ କରୁଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ବୈଷ୍ଣବବନ୍ଧ ଠାରେ ରାଜ୍ୟ ସରକାରଙ୍କ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଥମରୁ ଅଷ୍ଟମ ଓ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଦୁଇଟି ବିଦ୍ୟାଳୟ ଗୋଟିଏ କ୍ୟାମ୍ପସରେ ରହିଛି । ଏଠାରେ ପାଞ୍ଚଶହ ପାଖାପାଖି ପିଲା ଅନ୍ତେବାସୀ ହିସାବରେ ରହି ପଢୁଛନ୍ତି । ମାତ୍ର ଏତେ ସଂଖ୍ୟକ ପିଲାଙ୍କ ପାଇଁ ଉପଯୁକ୍ତ ପାଇଖାନା ଓ ପାଣିର ବ୍ୟବସ୍ଥା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପିଲାମାନଙ୍କ ବ୍ୟବହାର ପାଇଁ ର୍ନିମାଣ କରାଯାଇଥିବା ପାଇଖାନା ଟାଙ୍କି, ଗାଧୁଆଘରର ପାଣି ଓ ଶୌ·ଳୟ ପାଣି ବ୍ୟତୀତ ଅନ୍ୟାନ୍ୟ ବ୍ୟବହାରିକ ପାଣି ଗୁଡ଼ିକ ନିଷ୍କାସନ ପାଇଁ ସୁବ୍ୟବସ୍ଥା କରାଯାଇନାହିଁ । ଫଳରେ ଅଧିକାଂଶ ସମୟରେ ଟାଙ୍କିଟି ପୂର୍ଣ୍ଣହେବା ଫଳରେ ବର୍ଜ୍ୟବସ୍ତୁ ସବୁ ଓଭର ପ୍ଲୋ ହୋଇ ନିକଟରେ ଥିବା ଡ୍ରେନରେ ପଡ଼ିଥାଏ । ଡ୍ରେନ ପାଣିରେ ଆଖପାଖ ଅଞ୍ଚଳ ସମେତ ବିଦ୍ୟାଳୟ ପରିସର ଗନ୍ଧରେ ନାକ ଫାଟି ପଡ଼ୁଛି । ଉକ୍ତ ଅପରିଷ୍କାର ପାଣି ଆଖପାଖ ଜଳାଶୟରେ ପଡିବା ଫଳରେ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ଏଥିସହିତ ବିଦ୍ୟାଳୟ ଅନ୍ତେବାସୀଙ୍କ ଅଭିଭାବକ ଏଭଳି ପରିବେଶରେ ସେମାନଙ୍କର ପିଲାମାନେ ନିରାପଦ ନୁହନ୍ତି ଭାବି ବିଦ୍ୟାଳୟରୁ ଅନ୍ୟତ୍ର ନେଇ ଯିବାକୁ ମନସ୍ଥ କରିଥିବା ସୂଚନା ମିଳିଛି । ଡ୍ରେନପାଣି ନିକଟସ୍ଥ ଧିରିଘୁଟ ଗାଁ ଦେଇ ଯାଇଥିବାରୁ ଗ୍ରାମବାସୀ ଓ ସେମାନଙ୍କର ପୋଷା ଜନ୍ତୁ ଉକ୍ତ ଦୂଷିତ ପାଣି ସଂସ୍ପର୍ଶରେ ଆସୁଛନ୍ତି । ଆଗକୁ ବର୍ଷାଦିନ ଆସୁଥିବାରୁ ଉକ୍ତ ନର୍ଦ୍ଦମା ପାଣି ଆଖପାଖ ଜଳାଶୟରେ ମିଶିବାର ଅଧିକ ସମ୍ଭାବନା ଅଛି । ଉକ୍ତ ପାଣି ମିଶିବା ଫଳରେ ହଇଜା, ଝାଡାବାନ୍ତି ଭଳି ମାରାତ୍ମକ ରୋଗରେ ପଡ଼ିବାର ଆଶଙ୍କା ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଭାଲୁକାଶୁଣି ନରଣପୁର ମୁଖ୍ୟ ରାସ୍ତାରେ ଯାଉଥିବା ଯାତ୍ରୀ ଉକ୍ତ ଅଞ୍ଚଳ ଦେଇ ଯିବା ଅସମ୍ଭବ ହୋଇପଡ଼ିଛି । ବିଗତ ଦିନରେ କିଛି ମହିଳାଯାତ୍ରୀ ବାନ୍ତି କରିଥିବା ସୂଚନା ମଧ୍ୟ ରହିଛି । ତେବେ ପୂର୍ବରୁ ଅଞ୍ଚଳବାସୀ ନୀଳଗିରି ବ୍ଲକ୍ ପରିସରରେ ପୂର୍ବତନ ବାଲେଶ୍ୱର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ନୀରବଦ୍ରଷ୍ଟା ସାଜିଥିବା ପ୍ରଶାସନ ଖୁବ ଶୀଘ୍ର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ଅଞ୍ଚଳବାସୀ ପକ୍ଷରୁ ସୂଚନା ଦିଆଯାଇଛି ।