ଦୁର୍ନୀତି ଖୋର୍ ଠିକା ସଂସ୍ଥା ପାଖରେ ବନ୍ଧା ପୂର୍ତ୍ତ ବିଭାଗ! 

 ବିଞ୍ଝାରପୁର: ବିଞ୍ଝାରପୁର ପୂର୍ତ୍ତ ବିଭାଗ ଅଧିନରେ ପାଖା ପାଖି ୩୦କୋଟିରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟ ବରାଦରେ କାର୍ଯ୍ୟ ଚାଲିଛି । ହେଲେ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ବିଭାଗ ଆଖିବୁଝି ଦେଇଛି । ଏସବୁ କାର୍ଯ୍ୟ ନିଜକୁ ଏକ୍ଲାସ, ବି କ୍ଲାସ ଠିକାଦାର ବୋଲି ପରିଚୟ ଦେଉଥିବା ଠିକାସଂସ୍ଥା ମାଧ୍ୟରେ ଚାଲିଛି । ହେଲେ କ’ଣ ହେବ ବର୍ଷେ ଦି’ବର୍ଷ ନପୁରୁଣୁ ରାସ୍ତା ମରଣଯନ୍ତା ପାଲଟିଯାଉଛି । ବିଜିପୁର-ସିଂହପୁର ମୁଖ୍ୟ ରାସ୍ତାକୁ ନିଆଯାଇପାରେ । ଏଠାରେ ପିଚୁ ଉଠି ଯିବା କାରଣରୁ ଏବେ ରାସ୍ତାଟି ମରଣଯନ୍ତା ପାଲଟିଛି । ରାସ୍ତାର ମରାମତିର ନାଁ ଗନ୍ଧ ନଥିବା ବେଳେ ବିଭାଗୀୟ ଅଧିକାରୀ ବି ଚୁପ୍ ବସିଛନ୍ତି । ମଲିଆ-ବଳଭଦ୍ରପୁର ରାସ୍ତା କାର୍ଯ୍ୟରେ ସବୁଠାରୁ ନିମ୍ନମାନର ହେଉଥିବା ଅଭିଯୋଗ ଆସିଛି । ଉକ୍ତ କାର୍ଯ୍ୟ ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ ସଠିକ ପାଣି ଓ ରୋଲିଂ ନକରି ଖଲି ଧର୍ମକୁ ଆଖିଠାର ଭଳି କାର୍ଯ୍ୟ କରୁଛି ଠିକାସଂସ୍ଥା । କିଛି କାର୍ଯ୍ୟର ଅବଧି ବର୍ଷ ବର୍ଷ ଧରି ସରିଯାଇଥିଲେ ବି ଏହାକୁ ଲୁଚାଣିଆ କାର୍ଯ୍ୟ କରାଯାଉଛି । ଉତରକୁଳ-ଢିଅକୁଳା ଆଜିକୁ ଦେଢ ବର୍ଷ ପୂର୍ବେ କୋଟି କୋଟି ଟଙ୍କା ବ୍ୟୟ ବରାଦରେ କଂକ୍ରିଟ କାର୍ଯ୍ୟ ସାରିଥିବା ବେଳେ ରାସ୍ତା ଅବସ୍ଥା ନକହିବା ଭଲ । ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ ଥିଲେ ସୁଦ୍ଧା ଏଥି ପ୍ରତି ଦୃଷ୍ଟି ନଦେବାରୁ ରାସ୍ତାର ଅବସ୍ଥା ଖରାପ ହେବାରେ ଲାଗିଛି । ଏଠି ଠିକା ସଂସ୍ଥାକୁ ସବୁ କିଛି ମାଫରେ ଚାଲିଛି ଜିଲାର ବିଞ୍ଝାରପୁର ପୂର୍ତ୍ତ ବିଭାଗଟି । ଏମିତି କି ଏଠି ଦିନରେ ନୁହେଁ ରାତିରେ ନିର୍ମାଣ କାର୍ଯ୍ୟ ବି ଚାଲିଛି । ନିମ୍ନମାନର କାର୍ଯ୍ୟକୁ ସରଳ ଭାବରେ ବାସ୍ତବ ରୂପ ଦେବାକୁ ଦିନ ପରିବର୍ତ୍ତେ ରାତିରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ କରୁଛନ୍ତି ଠିକାଦାର । ବିଭାଗୀୟ ଅଧିକାରୀ ଜାଣି ସୁଦ୍ଧା ନ ଜାଣିଲା ଭଳି ଠିକାଦାରଙ୍କ ମାନମାନିକୁ ଦେଉଛନ୍ତି ପ୍ରଶୟ । ଏଭଳି ଅଭିଯୋଗ ଆସିଛି ପାଣିକୋଇଲି ପୂର୍ତ୍ତ ବିଭାଗ ଡିଭିଜନ ଅଧିନ ବିଞ୍ଝାରପୁର ପୂର୍ତ ବିଭାଗ ତତ୍ତ୍ୱାବଧାନରେ ଚାଲିଥିବା ବ୍ଲକ୍ ଛକ ଫତେପୁର ଭାୟା ଶିଶିରଣା ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ କାର୍ଯ୍ୟ କ୍ଷେତ୍ରରୁ । ରାସ୍ତାକୁ ସୁରକ୍ଷା ଦେବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ନିର୍ମାଣ ଚାଲିଛି ଗାର୍ଡ୍ ୱାଲ୍ । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଦିନ ପରିବର୍ତ୍ତେ ରାତିରେ ଚାଲୁଥିବା ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ ଏହି ଗାର୍ଡ୍ ୱାଲ୍ କାର୍ଯ୍ୟ ଚାଲୁଥିବା ବେଳେ ବିଞ୍ଝାରପୁର ପୂର୍ତ ବିଭାଗ ଉପଖଣ୍ଡର ଯନ୍ତ୍ରୀ ଅନୁପସ୍ଥିତ ରହିଥିବା ଅଭିଯୋଗ ଆସିଛି । ବିନା ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ କିପରି ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି । ନିମ୍ନମାନର କାର୍ଯ୍ୟକୁ ଘୋଡାଇବା ସହିତ ଏହାକୁ ବାସ୍ତବ ରୂପ ଦେବାକୁ ଠିକାଦାର ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି । ବିଭାଗୀୟ ଯନ୍ତ୍ରୀ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ଆଖି ବୁଝା ସମର୍ଥନ ଏଥିରୁ ବେଶ ବାରି ହୋଇପଡୁଛି । ବିଞ୍ଝାରପୁର ପୂର୍ତ ବିଭାଗ କାର୍ଯ୍ୟାଳୟରେ ଜାଣେ ମାତ୍ର କନିଷ୍ଠ ଯନ୍ତ୍ରୀଙ୍କୁ ଛାଡି ଦେଲେ ତାଦରଖ ନିର୍ବାହୀ ଯନ୍ତ୍ରୀଙ୍କ ପଦବୀଟି ବି ଏଠି ଖଲିପଡ଼ିଛି । ତେବେ ଉପରିସ୍ଥ ଅଧିକାରୀ ଏ ଦୁର୍ନୀତି କାର୍ଯ୍ୟର ସଠିକ ତଦନ୍ତ ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସଧାରଣରେ ଦାବି ହେଉଛି ।