ଭିଏନ୍ କଲେଜର +୩ ଫଳ ପ୍ରକାଶ
ବ୍ୟାସନଗର: ପ୍ରକାଶ ପାଇଲା ବ୍ୟାସନଗର ସ୍ୱୟଶାସିତ କଲେଜର +୩ ପରୀକ୍ଷାଫଳ । କଳା ବିଭାଗ ଇକୋନୋମିକ ଛାତ୍ରୀ ଅର୍ଚନା ଶର୍ମା (୨୪୮୭) ନଂ ରଖି ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି । ବାଣିଜ୍ୟ ବିଭାଗର ସୃତିଶିଖା ମିଶ୍ର ୨୩୮୫ ନଂ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ଛାତ୍ର ଦିନେଶ ନାୟକ ୨୪୧୬ ନଂ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପରୀକ୍ଷା ଫଳ ଘୋଷଣା ଅନୁଯାୟୀ କଳା ବିଭାଗରେ ୨୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ସେଥିମଧ୍ୟରୁ ୨୧୬ ଜଣ ୯୬.୦୦%ରେ ପା୍ସ କରିଛନ୍ତି । ବିଜ୍ଞାନ ବିଭାଗରେ ୧୯୩ ଜଣ ଛାତ୍ରଛାତୀଙ୍କ ମଧ୍ୟରୁ ୧୮୯ଜଣ ୯୮.୦୦% ହାରରେ କୃତକାର୍ଯ୍ୟ ହୋଇଛନ୍ତି । ବାଣିଜ୍ୟ ବିଭାଗରେ୧୬୦ଜଣ ପରୀକ୍ଷା ଦେଇଥିବା ବେଳେ, ସେମଧ୍ୟରୁ୧୫୦ ଜଣ ୯୩.୦% ହାତରେ କୃତକାର୍ଯ୍ୟ ହୋଇଛନ୍ତି । କଳା ବିଭାଗ ଇତିହାସ ସ୍ନାତକରେ ରୁପାଲି ରାଉତ, ଅର୍ଥନୀତି ବିଭାଗରେ ଅର୍ଚ୍ଚନା ଶର୍ମା, ଇଂରାଜୀ ବିଭାଗରେ ମୁସକାନ ମଟାଣିଆ, ସୋସିଓଲୋଜି ବିଭାଗରେ ହିମାନି ବାଗୁଲିଆ, ଓଡ଼ିଆ ବିଭାଗରେ ଚନ୍ଦ୍ରମା ପ୍ରଧାନ/ ଇପ୍ସିତା ସାହୁ, ଫିଲୋସୋପିରେ ବିପାସା ସ୍ୱାଇଁ, ରାଜନୀତି ବିଜ୍ଞାନରେ ମୋନାଲିସା ସାହୁ, ସଂସ୍କୃତ ବିଭାଗରେ ସ୍ତିତପ୍ରଜ୍ଞା ଗ୍ରହଚାର୍ଯ୍ୟ, ସାଇକୋଲୋଜିରେ ବିମଲ ସାହୁ ଓ ଏଜୁକେସନ ବିଭାଗରେ ସୋନାଲି ରାଉତ ଟପ୍ପର ରହିଛନ୍ତି । ବିଜ୍ଞାନ ବିଭାଗର ଫିଜିକ୍ସି ସ୍ନାତକରେ ଦିନେଶ ନାୟକ, କେମେଷ୍ଟି୍ର ବିଭାଗରେ ଶିଳାଲିପୀ ବାରିକ୍, ଗଣିିତ ବିଭାଗରେ ଶୁଭଶ୍ରୀ ଜେନା, ଜିଓଲୋଜିରେ ଶୁଭସ୍ମିତା ସାମଲ, ବୋଟନୀରେ ଦେବୀ ପ୍ରସାଦ ମହାପାତ୍ର ଓ ଜୁଲୋଜି ସ୍ନାତକରେ ରଶ୍ମିତା ମହାରଣା ଟପ୍ପର ହୋଇଛନ୍ତି । ବାଣିଜ୍ୟ ସ୍ନାତକୋତ୍ତରରେ ସ୍ମୃତିଶିଖା ମିଶ୍ର ଟପ୍ପର ହୋଇଛନ୍ତି । ଏହି ଅବସରରେ ପୋଷ୍ଟ ଗ୍ରାଜୁଏଟ ୩ଟି ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ସେଥି ମଧ୍ୟରେ ଇତିହାସ ବିଭାଗରେ ରୀତାଂଜଳୀ ନାୟକ, ରାଜନୀତି ବିଜ୍ଞାନରେ କଳ୍ପିତା ସାହୁ , ବାଣିଜ୍ୟ ବିଭାଗରେ ଚିନ୍ମୟ ରଂଜନ ପଣ୍ଡା ଟପ୍ପର ହୋଇଛନ୍ତି । କଲେଜରେ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ଅଧ୍ୟକ୍ଷ ଶରତ ମଲିକ, ପରୀକ୍ଷା ନିୟନ୍ତ୍ରକ ମହମ୍ମ ଟିକା ଖାନ୍, ଉପନିୟନ୍ତ୍ରକ ରଂଜିତ ପହି, ଅଧ୍ୟାପକ/କର୍ମଚାରୀ ସର୍ବଶ୍ରୀ ତାପସ ସାହୁ, ବିବେକାନନ୍ଦ ଜେନା, ସନାତନ ଦାସ, ଡ. ଦଶରଥ ସାହୁ, ପ୍ରଭାତ ସ୍ୱାଇଁ, ଅଜୟ ମହାକୁଡ଼, ପ୍ରଦୀପ ବିଶ୍ୱାଳ, ଦାମୋଦର ରାଉତ, ରାଧିକାରଞ୍ଜନ କାନୁନଗୋ, ମାନସ ରଞ୍ଜନ ପତି, ପ୍ରମୋଦ ପାତ୍ର, କାର୍ତିକ ଚନ୍ଦ୍ର ସାହୁ ଓ ଶରତ ଜେନା ପ୍ରମୁଖ ଉପସ୍ଥିତଥିଲେ ।