ଦୁର୍ନୀତି ମୁକ୍ତ ବିଶ୍ୱର ପରିକଳ୍ପନା
ହିମାଂଶୁ ଶେଖର ଆଚାର୍ଯ୍ୟ : ଦୁର୍ନୀତି ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ । କ୍ଷୋଭର କଥା ଦୁର୍ନୀତିର ପରିମାଣ ଦିନକୁ ଦିନ କମିବା ପରିତ୍ତେର୍ତ୍ତ ବଢିବାରେ ଲାଗିଛି । କୈାଣସି ଦେଶ ଯେତେ ଉନ୍ନତ ହେଉନା କାହିଁକି ଦୁର୍ନୀତି ନହଟିଲେ ସମାଜରେ ଅର୍ଥନୈତିକ ବୈଷମ୍ୟ ସୃଷ୍ଟି ହେବ । ଖାଲି ସେତିକି ନୁହେଁ ଏହି ଅର୍ଥନୈତିକ ବୈଷମ୍ୟ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶ୍ୱର ଦୁର୍ନୀତି ସୂଚକାଙ୍କ ଉପରେ ଆଖି ପକାଇଲେ ଜଣାପଡେ ଯେ, ବିଶ୍ୱର ସର୍ବାଧିକ ଦୁର୍ନୀତିଯୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ କଲମ୍ବିଆ, ମେକ୍ସିକୋ, ଘାନା, ମିଅାଁମାର ଓ ସାଉଦିଆରବ ରହିଛି । ସେହିପରି ଶ୍ରେଷ୍ଠ ପାଞ୍ଚଟି କମ୍ ଦୁର୍ନୀତି ହେଉଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ସୁଇଜରଲ୍ୟାଣ୍ଡ, ଜାପାନ, କାନାଡା, ଜର୍ମାନୀ ଓ ଗ୍ରେଟ ବ୍ରିଟେନ ରହିଛି । ଏସବୁ ଦୃଷ୍ଟିରୁ ଦେଖିଲେ କିଛି ବର୍ଷ ପୂର୍ବେ ୧୮୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୬ରେ ପହଞ୍ଚି । ପ୍ରାୟ ଅଧିକାଂଶ ମଣିଷ ଦୁର୍ନୀତିର ଶିକାର ହୋଇଚାଲିଛନ୍ତି । ସରକାରଙ୍କ କଲ୍ୟାଣକାରୀ ଯୋଜନା ଜନତାଙ୍କ ପାଖରେ ବିନା ଦୁର୍ନୀତିରେ ପହଞ୍ଚି ପାରୁନାହିଁ ।
ଦୁର୍ନୀତି ନିରାକରଣରେ ଶିକ୍ଷାର ଏକ ବଡ ଯୋଗଦାନ ରହିଛି । ବିଶେଷ କରି ଦୁର୍ନୀତି ବିରୋଧୀ ଲଢେଇରେ ଆଇନ ଓ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ ନୈତିକ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବା ଜରୁରି । ଶିକ୍ଷା ଏକ ପ୍ରମୁଖ ବିଷୟବସ୍ତୁ ହେବା ଆବଶ୍ୟକ । ଏହି ଦୃଷ୍ଟିରୁ ଦେଖିଲେ ଏବେବି ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ରୁଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି । ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଖାଲି ସେତିକି ନୁହେଁ ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଊଦ୍ଧ୍ୱର୍ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନ୍ୟୁନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ । ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । ସେ ଦୃଷ୍ଟିରୁ ଦେଖିଲେ କମ୍ ସାକ୍ଷରତା ଥିବା ଦେଶରେ ସଚେତନତା ଅଭାବରୁ ଦୁର୍ନୀତିର ମାତ୍ରା ଅଧିକ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର । ଏକ ସର୍ବେକ୍ଷଣରୁ ଜଣାପଡିଛି ଭାରତରେ ଦୁର୍ନୀତିର ମାନ ଦିନକୁ ଦିନ ବଢିବାରେ ଲାଗିଛି ।
୧୮୦ଟି ଦେଶରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଜଣାପଡିଛି ଯେ, ପ୍ରାୟ ୫୦ପ୍ରତିଶତ ଭାରତୀୟ ପ୍ରାୟ ପ୍ରଥମ ଥର ଲାଞ୍ଚଦେଇଥାନ୍ତି । ଏବଂ ଦୁର୍ନୀତି ସୂଚକାଙ୍କ ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୮୦ । ଏଥିରୁ ସ୍ପଷ୍ଟ ଅନୁମେୟ ଭାରତରେ ଦୁର୍ନୀତି ତାର କାୟା ବିସ୍ତାର କରି ଚାଲଛି । ଆମ ଦେଶର ରାଜ୍ୟମାନଙ୍କ ମଧ୍ୟରୁ ରାଜସ୍ଥାନ ଓ ବିହାରରେ ଦୁର୍ନୀତି ସୂଚକାଙ୍କ ଅଧିକଥିବା ବେଳେ ଦିଲ୍ଲୀ ଓ ଓଡିଶାରେ ଏହା କମ୍ ରହିଛି । ଏସବୁ ସତ୍ତେ୍ୱ ଆମ ଦେଶରେ ସ୍ୱାଧୀନତାର ପରବର୍ତ୍ତୀ କଥା ଚିନ୍ତା କଲେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଏକ ଲମ୍ବା ତାଲିକା । ଏହି ଦୁର୍ନୀତି ହିଁ ଆମ ପ୍ରଗତିର ପ୍ରଧାନ ପ୍ରତିବନ୍ଧକ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ପାଠପଢା କଥା ବେଳର କଥା ବେଶ୍ ପ୍ରଣିଧାନ ଯୋଗ୍ୟ । ଗରୁଜୀ ଗାନ୍ଧୀଜୀଙ୍କୁ ପାଖ ପିଲାଠାରୁ ଦେଖି ସଠିକ୍ ଶବ୍ଦଟି ଲେଖିବା ପାଇଁ ପ୍ରବର୍ତ୍ତାଇଥିଲେ । ମାତ୍ର ସେ ଗୁରୁଙ୍କ କଥାକୁ ଟାଳି ଦେଇଥିଲେ । ପରେ ଗୁରୁଜୀ ତାଙ୍କୁ ପବାରିବାରୁ ସେ ଉତ୍ତରରେ କପିକରିବା ବଡ ଅନ୍ୟାୟ ଓ କିଭଳି ଏତେ ବଡ ଅନୀତି କରିଥାନ୍ତି ବୋଲି ଉତ୍ତର ଦେଇଥିଲେ । ପୁଣି ସେ ବିନମ୍ରତାର ସହ କହିଥିଲେ ଅସତ ପଥରେ ଯାଇ ସୁନାମ ଅର୍ଜନ କରାଯାଏ ନାହିଁ । ସେଇଥିପାଇଁତ ସେ ମହାତ୍ମା । ଏଥିରୁ ଆମକୁ ସବୁକଥା ବୁଝିବାକୁ ହେବ । ଗାନ୍ଧିଜୀଙ୍କ ଏହି ଆଦର୍ଶ ଓ ମୂଲ୍ୟବୋଧକୁ ଆମକୁ ଅନୁସରଣ କରିବାକୁ ହେବ । ମୁଁ ନିଜେ ଦୁର୍ନୀତି କରିବି ନାହିଁ କି ଦୁର୍ନୀତିକୁ ପ୍ରଶ୍ରୟ ଦେବିନାହିଁ, ଏହିଭାବ ମନରେ ସୃଷ୍ଟି ହେବା ଦରକାର । ତାହେଲେ ଯାଇ ଦୁର୍ନୀତି ଉପରେ ଅଙ୍କୁଶ ଲାଗିପାରିବ । ତେଣୁ ସମସ୍ତେ ନୀତି ନୈତିକତା, ଆଦର୍ଶ, ମୂଲ୍ୟବୋଧ ଉପରେ ଦୃଢବିଶ୍ୱାସ ରଖି କାମ କରିଚାଲିଲେ ଦୁର୍ନୀତିର ମୂଳୋପାଟନ ସମ୍ଭବ ହେବା ସହିତ ଏକ ବିକଶିତ ରାଷ୍ଟ୍ରଗଠନ ଲକ୍ଷ୍ୟ ସାଧିତ ହୋଇପାରିବ । ଏଥିପାଇଁ ସାମୂହିକ ସଂକଳ୍ପ ଲୋଡା ।
ଜଗତସିଂହପୁର,ମୋ-୯୯୩୭୧୫୧୦୫୨