ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଭଦ୍ରକ ମୁସଲିମ ଜମାତ

 ଭଦ୍ରକ : ଜାମ୍ମୁକାଶ୍ମୀର ପହଲଗା୍ମରେ  ଆତଙ୍କୀବାଦୀ ଆକ୍ରମଣ ଘଟଣାରେ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ୨୮ ଜଣଙ୍କୁ ହତ୍ୟାକରିବା ଘଟଣାକୁ ନେଇ ଭଦ୍ରକ ମୁସଲିମ ଜମାତ କଡା ନିନ୍ଦା କରାଯାଇଛି ଓ ଭଦ୍ରକ ପୁରୁଣା ବଜÿାର ସ୍ଥିତ ମଦିନା ମଇଦାନ ଠାରେ ସନ୍ଧ୍ୟା ୭. ୩୦ ଘଟିକା ସମୟରେ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ଓ ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦଙ୍କ ନେତୃତ୍ୱରେ ମୁସଲିମ ଜମାତର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଏକ ସଭା ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ୨୮ ପର୍ଯ୍ୟଟକଙ୍କ ଆତ୍ମାଶାନ୍ତି ପାଇଂ କ୍ୟାଣ୍ଡଲ ଦୀପ ଲଗାଇ ୨ ମିନଟ ପାଇଂ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ସମସ୍ତ ଆତଙ୍କବାଦୀ ବିରୋଧରେ ଭାରତ ସରକାରଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । 
ମୁସ୍ତାକ ଗୌହରଙ୍କ କବିତାରୁ - ହିନ୍ଦୁ ଭି ନହି ହଏ ଓ ମୁସଲମାନ ଭି ନହି ହଏ, ଇନସାନ କା ଜୋ କାତିଲ ହଏ ଓ ଇନସାନ ନହି ହଏ , ହର ଏକ କା ଧର୍ମ ତୋ ଶିଖାତା ହଏ ଅମନ ଭି, ଓ କୌନସା ଧରତୀ ହଏ ଯାହାଁ ଭଗବାନ ନହି ହଏ । ଓ ଏହି ଶ୍ରଦ୍ଧାଞ୍ଜଳି ସଭାରେ  ଏସ.ଏମ. ଫାରୁକ , ହାଜି କାସିମ ଖାନ, ଇଂ ମନାୱର ହୋସେନ, ହାଜି ଫକରେ ଆଲାମ, ହାଜି ହାଫିଜୁର ରେହେମାନ, ଜମିଲ ଅଖତର ଖାନ, ଇଂ ରେଜାଏ ରସୁଲ, ଅସରଫ ଅଲି ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ହାଜି ଅବୁ ହୋସେନ, ଗୋଲାମ ମୋହିଦ୍ଦିନ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ପାରିଷଦ ଶେଖ ସାହିଦ, ପାରିଷଦ ସାହିଲ କାଦରୀ, ଇନାମୁଲ ହକ, ମହେବୁବ ଖାନ, ଇବରାର ହୋସେନ,  ଶେଖ ହରମୁସ, ଲୋକମାନ ଖାନ ଓ ଅନୱର କୋରେସୀ ପ୍ରମୁଖ ଉପସ୍ଥିତ ରହିଥିଲେ ।