ଆତଙ୍କବାଦ ବିରୁଦ୍ଧରେ ସାରା ରାଜ୍ୟରେ ଆକ୍ରୋଶ
ଭଣ୍ଡାରିପୋଖରୀ: ଜାମ୍ମୁ କାଶ୍ମୀରର ପହେଲଗାମରେ ସନ୍ତ୍ରାସବାଦୀଙ୍କ ଦ୍ୱାରା ହୋଇଥିବା ନରସଂହାରରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମରଆତ୍ମାର ସଦଗତି ଓ ଆହତ ହୋଇଥିବା ପର୍ଯ୍ୟଟକଙ୍କ ଆଶୁ ଆରୋଗ୍ୟ କାମନା କରି ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ଗ୍ରାମ ଭୋଳେଶ୍ୱର ମହାଦେବ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ସାମୁହିକ ଦୀପ ଦାନ କରାଯାଇଥିଲା । ବିକାଶ ନାୟକଙ୍କ ନେତୃତ୍ୱରେ ମହମବତୀ ଶୋଭାଯାତ୍ରା ମାଳଦା ବଜାର ପରିକ୍ରମା କରିଥିଲା । ଦେବାଶିଷ ପଣ୍ଡା, ଲଳିତ ନାୟକ, ଅଜୟ ରାଉତ, ଜଗନ୍ନାଥ ଦାସ, କୁନା ସେଠୀ, ବାଳକୃଷ୍ଣ ନାୟକ, ସୁନିଲ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ଅଂଶଗ୍ରହଣ କରିଥିଲେ ।
ଚମ୍ପୁଆ: ଜାମ୍ମୁକାଶ୍ମିରର ପହେଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ତଥା ନିହତ ଲୋକଙ୍କ ଆମର ଆମାôର ସଦଗଦି ନିମନ୍ତେ ଚମ୍ପୁଆ ବାସୀଙ୍କ ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ଗୁରୁବାର ବଜାର କମିଟି ସଭାପତି ସୁବାଷ ରାମଙ୍କ ନେତୃତ୍ୱରେ ଏହି କ୍ୟାଣ୍ଡେଲ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ପୂର୍ବତନ ସୈନିକ ସଂଘ, ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ପରିଷଦର ସଦସ୍ୟ, ଅଟୋ ଡ୍ରାଇଭର ସଂଘ, ସ୍ଥାନୀୟ ବୁଧିଜୀବି ଓ ଜନସାଧାରଣ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ । ଏହି କ୍ୟାଣ୍ଡେଲ ସଭାଯାତ୍ରା ସଂନ୍ଧ୍ୟା ୬.୩୦ ମିନିଟ ସମୟରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକତ୍ରିତ ହୋଇଥିଲେ । ଏହି ପରୀପ୍ରେକ୍ଷିରେ ଶିକ୍ଷାବିତ ଧରଣୀଧର ଦାସ ଜାମମୁକାଶ୍ମିରର ପହେଲଗାମ ଠାରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହିତ ସମସ୍ତ ମୃତକଙ୍କ ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଅଶୃଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ସବୁ ବର୍ଗର ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ନିଆଳି : ଜାମୁ କାଶ୍ମୀରର ପେହେଲଗାମ ଠାରେ ଆତଙ୍କବାଦୀମନେ ୨୮ ଜଣଙ୍କୁ ଗୁଳି ମାଡ଼ କରିଥିଲେ । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଯାହାକୁ ନେଇ ସାରା ଦେଶ ସ୍ତଗ୍ଧ ହେବା ସହ ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ କହିଥିଲେ । ଏ ନେଇ କଟକ ଜିଲ୍ଲା ନିଆଳି ବ୍ଲକ ଛକରୁ ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗୀ ଦଳ ଓ ବିଜେପି ପକ୍ଷରୁ ନିଆଳି ପ୍ରାଣୀ ଚିକିସôା କେନ୍ଦ୍ର ଠାରୁ ମଝିଖଣ୍ଡ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଓ ମଶାଲ ଶୋଭାଯାତ୍ରା ଶହ ବିଖୋଭ ପ୍ରଦର୍ଶନ କରାଯାଇଥିଲା । ପାକିସ୍ତାନକୁ ଦୃଢ ଜବାଜ ଦେବା ନେଇ ଏହି ଶୋଭାଯାତ୍ରା ନିଆଳି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିବା ସଦସ୍ୟ ମାନଙ୍କ ଦ୍ୱାରା ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଦ ଧ୍ୱନି ସହିତ ଆତଙ୍କବାଦୀଙ୍କୁ ସୃଷ୍ଟି କରିଥିବା ଯୋଗୁ ସମୂଳେ ବିନାଶ କରିବା ଲାଗି ନାରା ଦେଇଥିଲେ । ଏହି ଶୋଭାଯାତ୍ରା ରେ ତ୍ରିଲୋଚନ ବେହେରା, ଧରଣୀଧର ନାୟକ, ପ୍ରଶାନ୍ତ ସିଂ, ଅଭୟ ବେହେରା,ନକୁଳ ବେହେରା ପବିତ୍ର ମୋହନ ଦାଶ, ଅଶୋକ ସ୍ୱାଇଁ, ମନୋଜ ବେହେରାଙ୍କ ସମେତ ଶତାଧିକ ବ୍ୟକ୍ତି ଏହି ସମାରୋହ ରେ ସାମିଲ ହୋଇଥିଲେ ।ସାଲେପୁର: ଜାମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ଉଦେ୍ଦଶ୍ୟରେ ସାଲେପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୨ମିନିଟ୍ ନୀରବ ପ୍ରାର୍ଥନା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାମେଶ୍ୱର ଗ୍ରାମପଞ୍ଚାୟତ ପକ୍ଷରୁ ରାମେଶ୍ୱର ବଜାରରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ରାମେଶ୍ୱର ବଜାର ପରିକ୍ରମା କରି ଦୁର୍ଗାପୁରସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ମୃତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସମୂହ ଦୀପଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ସମ୍ରାଟ କେଶରୀ ଲେଙ୍କା, ବିକ୍ରମ କେଶରୀ ସାମଲ, କ୍ଷୀରୋଦ ସାହୁ, ଚିତ୍ତରଂଜନ ସାହୁ, ଦୁର୍ଗାଚରଣ ପ୍ରଧାନ, କୁନା ପରିଡ଼ା, ଯୁଧିଷ୍ଠିର ସାମଲ, ଶୁଭଶ୍ରୀ ସାମଲ, ବିଦୁ୍ୟତ୍ ଦାସ ପ୍ରମୁଖ ସାମିଲ ହୋଇ ମୃତ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ । ସେହିପରି ଆଜି ସାଲେପୁର ଅଞ୍ଚଳର ସଚେତନ ଯୁବକମାନଙ୍କ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରୋଧପୁର ଶାରଳା ମଣ୍ଡପରୁ ବାହାରି ସାଲେପୁର ବଜାର ପରିକ୍ରମା କରି ସାହେଶ୍ୱରୀ ମନ୍ଦିରରେ ଶେଷ ହୋଇଥିଲା । ଏଥିରେ ମୃତୁ୍ୟବରଣ କରିଥିବା ପର୍ଯ୍ୟଟକଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯିବା ସହ ଏହି ବର୍ବର କାଣ୍ଡ ପାଇଁପାକିସ୍ଥାନ ମୁର୍ଦ୍ଦାବାଦ, ଆତଙ୍କ ବାଦୀ ମୁର୍ଦାବାଦ ଆଦି ନାରା ଦେଇ ଉତ୍ସାହୀ ଯୁବକମାନେ ହାତରେ କ୍ୟାଣ୍ଡେଳ ଧରି ସାଲେପୁର ବଜାର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିଲ କୁମାର ରାଉତ, ଅନିରୁଦ୍ଧ ବେହେରା, ସତ୍ୟମ ଶତପଥି, ଅରୂପାନନ୍ଦ ବିଶ୍ୱାଳ, ରିତିକ ରଂଜନ ସେଠୀ, ତୁଷାର ଦାସ, କାମରାଜ ସିଂହ, ପ୍ରସନଜିତ୍ ଦୀକ୍ଷିତ, ରିତେଶ ରାଉତ, ଦେବୀପ୍ରସାଦ ସେଠୀଙ୍କ ସମେତ ବହୁ ସଚେତନ ଯୁବକ ସାମିଲ ହୋଇଥିଲେ ।
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାମ୍ମୁ କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜାମ୍ମୁ କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ପ୍ରତିବାଦରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ (ଟାଉନ ହଲ୍)ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ଯେଉଁ ଆତଙ୍କବାଦୀ ଏଭଳି ନାରକୀୟ କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆତଙ୍କବାଦୀମାନଙ୍କୁ ପୋସôାହନ ଦେଉଥିବା ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତା ତଥା ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଦୃଢ଼ ଦାବି କରିଛନ୍ତି । ଏଥିରେ ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ୱର ପଣ୍ଡା, ମହନୀ ଚରଣ ରାଉତ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ବାଲିକୁଦା ବ୍ଲକ କଂଗ୍ରେସ ସଭାପତି ବିକ୍ରମ ପରିଡ଼ା, ଜିଲ୍ଲା ଚାଷୀ ମୂଲିଆ ସଂଘ ସଭାପତି ଇଂ ବେଦଦୁ୍ୟତି ପୃଷ୍ଟି, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ବିଶ୍ୱଜିତ ପୋଥାଳ, ପ୍ରିତମ୍ ପରିଜା, ସମୀର କୁମାର ଖୁଣ୍ଟିଆ, ମନୋଜ ମହାପାତ୍ର, ଅଜୟ ମହାପାତ୍ର,ଧନଞ୍ଜୟ ସୁତାର, ମନୋଜ ଦାଶ, ସଂଦିପ ସ୍ୱାଇଁ, ମିର୍ଜା ସାମସୁଦ୍ଦିନ ବେଗ୍, ଜ୍ଞାନ ରଞ୍ଜନ ଜେନା, ଉମେଶ ସ୍ୱାଇଁ, ରବିନ୍ଦ୍ର ମଲ୍ଲିକ, ଅମ୍ବିକା ପ୍ରସାଦ ମହାନ୍ତି,ସେଖ୍ ହେଦାୟତ ଅଲ୍ଲୀ, ଅମିନ୍ ଖାଁ, ସୁକାନ୍ତ ମହାପାତ୍ର, ହିଫଜୁଲ୍ ରହେମାନ, ଅତୁଲ୍ୟ ବିଶ୍ୱାଳ, ମିନୁ ଚୌଧୁରୀ, ଆର୍ଶୀବାଦ ତ୍ରିପାଠୀ, ସୌଭାଗ୍ୟ ରଞ୍ଜନ ବିଶ୍ୱାଳ, ଅବନୀକାନ୍ତ ମହାରଣା, ଇମତିୟାଜ ଅହମ୍ମଦ ଖାଁ, ଉମାକାନ୍ତ ଦାଶ, ସମିର ସ୍ୱାଇଁ,ଆଝାର ଖାଁ, ଅଲେଖ ରଣା, ସଙ୍କରେଶ୍ୱର ଦାସ, ପ୍ରଣବ ମହାପାତ୍ର,ପବିତ୍ର ପରିଡ଼ା, ୟାମିନ୍ ଖାଁ, ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।
ବାଲିପାଟଣା: ଓଡିଶା ସବୁଜ ବାହିନୀ ତରଫରୁ ପହେଲଗାଓ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ବାଲିପାଟଣା ଛକ ଠାରେ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ମୁଖ୍ୟ ସହଦେବ ମଲ୍ଲିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବାଲିପାଟଣା ପ୍ରେସ କ୍ଲୁବର ସଭାପତି ଦିଲୀପ କୁମାର ଓଝା, ଗ୍ଲୋବାଲ କମ୍ପୁଟର ଓ କ୍ୟାରିଆର ଆକାଦେମୀର ମୁଖ୍ୟ ତଥା ଅଧ୍ୟାପକ ନିରଞ୍ଜନ ସାହୂ, ସୁଦର୍ଶନ ମହାପାତ୍ର, ସାଧନା ଶିକ୍ଷା କେନ୍ଦ୍ରର ମୁଖ୍ୟ ରାଜକିଶୋର ପରିଡା, ବଦ୍ରିକାନଥ ମହାପାତ୍ର ଶତାଧିକ ଛାତ୍ର, ଛାତ୍ରୀ ଉପସ୍ଥିତ ରହି ସନ୍ତ୍ରାସବାଦୀ ମାନେ ସାଧରଣ, ନିରୀହ ଲୋକ ଙ୍କୁ ବର୍ବରତା ସହ ହତ୍ୟା କରିବା ଘଟଣାର ଘୋର ନିନ୍ଦା କରିଥିଲେ ।ଏହି ପ୍ରସଙ୍ଗରେ ଏକ ଶୋଭା ଯାତ୍ରା , ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇ, ଏହି ଘୃଣ୍ୟ କାର୍ଯ୍ୟର ପ୍ରତିବାଦ କରାଯାଇ ଥିଲା ଓ ପରେ ପରେ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇ ଥିଲା ।
ବୋରିଗୁମ୍ମା: ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳି ରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତୁ ଘଟଣାକୁ ସାରା ଦେଶ ନିଦା କରୁଥିବା ଦେଖାଦେଇଛି । ମାନବିକତାକୁ ପଛରେ ପକାଇ ପାକିସ୍ତାନର ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କୁ ଚିହ୍ନଟ କରି ବର୍ବରତା ସହ ୨୬ ଜଣଙ୍କୁ ହତ୍ୟା କରିଥିଲେ । ଏହାର ଦୃଡ଼ ପ୍ରତିବାଦ କରିଛି ବୋରିଗୁମ୍ମା ହିନ୍ଦୁ ଏକତା ମଞ୍ଚ । ଏହି ପରିପ୍ରେକ୍ଷୀରେ ବୋରିଗୁମ୍ମା ହିନ୍ଦୁ ଏକତା ମଞ୍ଚ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ପୋଲିସ ଏସ୍ଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଏଥିରେ ଉଲ୍ଲେଖ କରାଯାଇଛିଯେ ଆମ ରାଷ୍ଟ୍ର ଭାରତ ବର୍ଷର ଜମ୍ମୁ କାଶ୍ମୀର ର ପର୍ଯ୍ୟଟନ ସ୍ଥଳ ପହଲଗାମ ଠାରେ ସ୍ପଷ୍ଟ ଦିବାଲୋକରେ ପର୍ଯ୍ୟଟକ ଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା ସର୍ବାଗ୍ରେ ନିନ୍ଦିତ । ଏହିପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ଗଭୀର କୁଠାରାଘାତ ଓ ସମଗ୍ର ଦେଶବାସୀ ଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ଅଟେ । ଦେଶରେ ଅସ୍ଥିରତା ଓ ବିଦ୍ୱେଷ ନିର୍ମାଣ ର ଏହା ଏକ ଘୃଣ୍ୟ ପ୍ରୟାସ ଅଟେ । ଏହି ଭଳି ଘଟଣା ଆଜି ସମଗ୍ର ସଭ୍ୟ ସମାଜର ଭାବନା କୁ ଦୋହଲାଇ ଦେଇଛି ।ଏହି ଘଟଣା ପଛ ରେ ଯୋଉ କୁଚକ୍ରି ସଂଗଠନ ଅଛି ତାର ଯଥୋଚିତ ଶାସ୍ତି ଆବଶ୍ୟକ ଏବଂ ଏହି ମାନସିକ ପ୍ରୋସôାହନ ଦେଉଥିବା ତତ୍ତ୍ୱର ସମୂଳେ ବିନାଶ ଆବଶ୍ୟକ ବୋଲି ମତ ରଖିଥିଲେ ।
ବୁଗୁଡା: ଜାମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ମଙ୍ଗଳବାର ଦିନ ପଡୋଶୀ ଦେଶ ପାକିସ୍ତାନର ପ୍ରୋସôାହନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତୁ୍ୟ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା ସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ହାଇସ୍କୁଲ ଛକ ଓ ମଦନ ମୋହନ ଛକ ଦେଇ ବୁଦ୍ଧଖୋଲ ଛକ ପର୍ଯ୍ୟନ୍ତ ଯାଇଥିଲା । ଏ ଅବସରରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ଦୃଢ ନିନ୍ଦା ଓ ପ୍ରତିବାଦ କରାଯିବା ସହ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।
ଗଁଦିଆ : ଭାରତର ସୀମାନ୍ତ କେନ୍ଦ୍ର ଶାସିତ ଜାମ୍ମୁ କାଶ୍ମୀରର ପହଲଗାଁଓ ଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନେ ଯେଉଁ ବର୍ବରଚିତ୍ତ ଭାବରେ ଆକ୍ରମଣ କରି ନିରୀହ ୨୮ଜଣ ଭାରତୀୟ ନାଗରିକ ମାନଙ୍କୁ ଅତି ନିର୍ମମ ଭାବରେ ଗୁଳି ମାରି ହତ୍ୟା କରିଛନ୍ତି ତାହାର ପ୍ରତିବାଦ ସ୍ୱରୂପ ଆଜି ଗଁଦିଆ ପ୍ରେସ କ୍ଲବ ପକ୍ଷରୁ ସନ୍ଧ୍ୟା ୭ଟା ସମୟରେ ଏକମଶାଲ ଓ ମହବତୀ ଶୋଭାଯାତ୍ରା ତାରିଣୀ ଛକ ଠାରୁ ବାହାରି ବ୍ଲକ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭ ପର୍ଯ୍ୟନ୍ତ ଆସିଥିଲା କ୍ଷ ଉକ୍ତ ସ୍ତମ୍ଭ ଠାରେ ଏକ ପ୍ରତିବାଦ ସଭା ସଙ୍ଘ ସଭାପତି ମହେନ୍ଦ୍ର କୁମାର ସାହୁ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ବିଶ୍ୱନାଥ ଜେନା, ପୂର୍ବତନ ବ୍ଲକ ଅଧକ୍ଷ ମଳୟ କୁମାର ସିଂହ, ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକି ଗଁଦିଆ ବାର ଆସୋସିଏସ ସଭାପତି ପ୍ରଦୀପ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ଦମ୍ବୁରୁଧର ସେଠିଙ୍କ ସମେତ ଶତାଧିକ ଦେଶ ପ୍ରେମୀ ଯୋଗଦାନ କରିଥିଲେ ।
ଭବାନୀପାଟଣା : ସ୍ଥାନୀୟ ତାରିଣୀ ମନ୍ଦିରସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀର ର ପହଲଗାଁ ଠାରେ ପଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ ଜଣ ଭାରତୀୟ ସହ ବାଲେଶ୍ୱରର ପ୍ରଶାନ୍ତ ଶତପଥି ପ୍ରାଣ ହରେଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରାଣ ହରେଇଥିବା ଲୋକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହମବତୀ ଜାଳି ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଧର୍ମ ନାଁରେ ଘଟାଇଥିବା ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିବା ସହ ସରକାର ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି ବୋଲି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ ଶିବରାମ ନାୟକ ଉପସ୍ଥିତ ରହି ମତ ରଖିଥିଲେ । ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।