ଫିଲ୍ମ ରିଲିଜକୁ ନେଇ ସୃଷ୍ଟି ହେଇପାରେ ଦଙ୍ଗା

ଫିଲ୍ମ ରିଲିଜକୁ ନେଇ ସୃଷ୍ଟି ହେଇପାରେ ଦଙ୍ଗା

 ଚର୍ଚ୍ଚାରେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ସନାତନୀ- କର୍ମ ହିଁ ଧର୍ମ । ଫିଲ୍ମର ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲାଣି ବିବାଦ । ଧର୍ମାନ୍ତିକରଣକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । କିଭଳି ଆଦିବାସୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତାଯାଉଛି ଏବଂ ସେମାନଙ୍କ ଜମି ବାଡ଼ି ଅକ୍ତିଆର କରୁଛନ୍ତି ସେହି କାହାଣୀ ରହିଛି ସିନେମାରେ । ଜାତି ଧର୍ମ ବର୍ଣ ନିର୍ବିଶେଷରେ ମଣିଷ ହେଉଛି ଶ୍ରେଷ୍ଠ ଧର୍ମ ବୋଲି ଏଥିରେ ଦର୍ଶାଯାଇଥିବା ବେଳେ ଅନେକାଂଶରେ ହିନ୍ଦୁତ୍ୱବାଦ ଶାଗ ଗୀତାର ଅନେକ ତତ୍ଵକୁ ମଧ୍ୟ ଦର୍ଶାଯାଇଛି । ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେମା ସମ୍ବିତ ଆଚାର୍ୟ୍ୟ । ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ସନାତନୀ- କର୍ମ ହିଁ ଧର୍ମ । ସେପଟେ ଫିଲ୍ମ ରିଲିଜ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ । ଦଙ୍ଗା ସୃଷ୍ଟିକୁ ଆଶଙ୍କାରେ ସରକାରଙ୍କୁ ସୂଚନା ଦେଲା ଗୁଇନ୍ଦା ବିଭାଗ ।