ରାଜ୍ୟରେ ହେବ ୫୮ ଶୀତଳଭଣ୍ଡାର
ରାଜ୍ୟରେ ଫେଲ ମାରିଛି ପୂର୍ବ ସରକାରଙ୍କ ଆଳୁ ମିଶନ । ଏହାର ପରିଣାମ ସ୍ବରୂପ ଓଡିଶାକୁ ଆଳୁ ଦେବାକୁ ଖେଳୁଛନ୍ତି ବେଙ୍ଗଲ ସରକାର। ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।
ଗୃହରେ ଉଭୟ ବିଧାୟକ ଅଶ୍ବିନୀ ପାତ୍ର ଓ ଗଣେଶ୍ବର ବେହେରାଙ୍କ ଉତ୍ତର ଦେବାକୁ ଯାଇ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ପ୍ରକୃତରେ ବିଦ୍ୟୁତ ଶକ୍ତି ଅଭାବ ଯୋଗୁଁ ରାଜ୍ୟରେ ଥିବା ଅଧିକାଂଶ ଶୀତଳ ଭଣ୍ଡାର ବନ୍ଦ ହୋଇଯାଇନାହିଁ । ବରଂ ପୁର୍ବ ବିଜେଡି ସରକାର ଶୀତଭଣ୍ଡାରଗୁଡିକର ପରିଚାଳନା ଦାୟିତ୍ବ ଅର୍ଥତତ୍ତ୍ବ ଚିଟପଣ୍ଡ ଗ୍ରୁପର ହାତରେ ଦେଇଥିଲେ। ସେମାନେ ଏସବୁକୁ ବନ୍ଧକ ରଖିଥିବାରୁ ଏସବୁ ବନ୍ଦ ହୋଇଗଲା । ତେବେ ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।