ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଶିକ୍ଷଣ


ାା ପ୍ରଭାନୁ୍ୟଜ ।ା ବାରିପଦା/ସାରସକଣା : ସ୍ଥାନୀୟ ଲାଲ ବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ୧୬ଜଣ ଦୃଷ୍ଟିବାଧିତ ପିଲାମାନଙ୍କୁ ନେଇ ଏକ ତିନି ଦିବସୀୟ ଲାପଟପ୍ ଉପଯୋଗିତା ଓ ରକ୍ଷଣାବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସାଧାରଣ ବିଦ୍ୟାଳୟରେ ପଢୁଥିବା ୧୬ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୫ତାରିଖରେ ଲ୍ୟାପଟପ ବଣ୍ଟନ କରଯାଇଥିଲା । ଦକ୍ଷତା ବୃଦ୍ଧି, ଉପଯୋଗୀତା ତଥା ରକ୍ଷଣାବେକ୍ଷଣ ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ  ଏହି ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୃଷ୍ଟି ବାଧିତ ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ଆହ୍ୱାନ ଦେବା ସହିତ ସାଧାରଣ ବିଦ୍ୟାଳୟରେ ସାଧାରଣ ପିଲାମାନଙ୍କ ସହମିଶି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ସମଗ୍ର ଶିକ୍ଷାର ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ବିରେନ୍ଦ୍ର କୁମାର ସାହୁ, ନିର୍ମଳ ଚନ୍ଦ୍ର ସାହୁ, ରେଖାରଣୀ ଦାସ ଓ ରୋହିତ କୁମାର ବିଶ୍ୱାଳ ପ୍ରମୁଖ ସାଧନକର୍ମୀ କାର୍ଯ୍ୟ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।