ବିଦୁ୍ୟତ ଆଘାତରେ ଜଣେ ମୃତ 

ସୋର : ସୋର ବ୍ଲକ ମଲ୍ଲିପୁର ଗ୍ରାମର ଜଣେ ବ୍ୟକ୍ତି ଘରେ ବଲବ ଲଗାଉଥିବା ବେଳେ ବିଦୁ୍ୟତ ଆଘାତର ଶିକାର ହୋଇ ମୃତୁ୍ୟ ବରଣ କରିଥିବା ଜଣାପଡିଛି । ସୁଚନା ଅନୁସାରେ ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର କର ବିଳମ୍ବିତ ରାତିରେ ଘରେ ବଲବ ଲଗାଇବା ସମୟରେ ବିଦୁ୍ୟତ ଆଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଦାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଅନନ୍ତପୁର ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।