ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା


 ।ା ପ୍ରଭାନୁ୍ୟଜ ।ା ବଡମ୍ବା:  ବଡମ୍ବା ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂହଙ୍କ ସଭାପତିତ୍ୱରେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବଡମ୍ବା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପକ୍ଷରୁ ବଡମ୍ବା ମଣ୍ଡଳ ସହ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ରଥଙ୍କୁ ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୩୩ ବର୍ଷର ଶିକ୍ଷକତା କାର୍ଯ୍ୟକାଳ ଏବଂ ୨ବର୍ଷର ପ୍ରଶାସନିକ ଅଧିକାରୀ ଭାବରେ ବେଶ ସମସ୍ତଙ୍କର ଆସ୍ଥା ଭାଜନ ହୋଇପାରିବା ସହିତ ଜଣେ ମିଷ୍ଠଭାଷୀ, ଛାତ୍ର ବତ୍ସଳ, ପରୋପକାରୀ ଓ ଆଦର୍ଶ ଶିକ୍ଷକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ ବୋଲି ବିଭିନ୍ନ ଶିକ୍ଷକନେତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷକ୍ଷଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଶିକ୍ଷା ଅଧିକାରୀ ନିର୍ମଳା ବେହେରା, ବୈଷୟିକ ସହାୟକ ରଶ୍ମିତା ବେହେରା, ଆକାଉଣ୍ଟାଣ୍ଟ ପ୍ରଶାନ୍ତ କୁମାର ମଲ୍ଲିକ, ଆଜାରୁିନ ମହମ୍ମଦ,ଏମ୍ଆଇ ସଂଯୋଜକ ଜନ୍ମେଜୟ ରାଉତ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଘୁନାଥ ସେଠୀ, କଟକ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭ୍ୟ ଉଲ୍ଲାସ ପଟ୍ଟନାୟକ, ଶତ୍ରୁଘ୍ନ ବେହେରା, ସରୋଜ କୁମାର ରଣା, ଶ୍ୟାମସୁନ୍ଦର ଶତପଥୀ, ନବ କିଶୋର ବେହେରା, କେଦାର ମଲ୍ଲିକ, ଶ୍ରୀନିବାସ ଦାସ, ଅଜୟ କୁମାର ବେହେରା, ସୁଧୀର କୁମାର ଦାସ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ଶ୍ରୀନିବାସ ପଣ୍ଡା, ସମ୍ପାଦକ ସରୋଜ କୁମାର ସାହୁ, ସଭ୍ୟ ବିମଳ ପ୍ରସାଦ ଦାସ,ଏକ୍ସ କ୍ୟାଡର ଶିକ୍ଷକ ସଂଘ ବଡମ୍ବା ବ୍ଲକ ସଭାପତି ପ୍ରମୋଦ କୁମାର ଧଳ, ସମ୍ପାଦକ ସୁବୋଧ କୁମାର ଘଡେଇ, ମାଧବ ଚନ୍ଦ୍ର ଦଳେଇ, ସଞ୍ଜୟ କୁମାର ବାରିକି, ଜୟାନନ୍ଦ ବେହେରା, ଆଲୋକ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।