ଦେବର କୁଣ୍ଡରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
ବନ୍ତ: ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତରେ ସାଳନ୍ଦୀ ନଈ ରେ ଥିବା ଦେବର କୁଣ୍ଡରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ଆଜି ସକାଳୁ କୁଣ୍ଡରେ ବୁଡ଼ ପକାଇବା ସହିତ ରାମ ମନ୍ଦିର,ବିରଞ୍ଚିନାରାୟଣ ମନ୍ଦିର, ଭୀମ ଚୁଲି ଦର୍ଶନ କରିଥାନ୍ତି । ଏହି ସ୍ଥାନରେ ବର୍ଷାରେ ଥରେ ଜନସମାଗମ ହୋଇଥାଏ ।ଏହି କୁଣ୍ଡରେ ବୁଡ଼ ପକାଇଲେ ସବୁ ପାପ କ୍ଷୟ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଅଛି । ଏହି ମେଳାରେ ଘର ଉପକରଣ ,ଦୋଳି , ଖାଦ୍ୟ ସାମଗ୍ରୀ, ଯାତ୍ରା ସମେତ ବିଭିନ୍ନ ପ୍ରକାର ଦୋକାନ ଆସର ଜମାଇ ଥାଆନ୍ତି ଏହି ମେଳାରେ । ଭଦ୍ରକ,ବାଲେଶ୍ୱର,ମୟୂରଭଞ୍ଜ,କେନ୍ଦୁଝର ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ଦେଖିବାକୁ ମିଳନ୍ତି । ସୀତା ଙ୍କ ପାଇଁ ଲକ୍ଷ୍ମଣ ଖୋଲିଥିଲେ କୁଣ୍ଡ , ସେଥି ପାଇଁ ପାଳନ ହେଉଛି ଦେବର କୁଣ୍ଡ ମେଳା । ପବିତ୍ର ଭୈମ ଏକାଦଶୀରୁ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । କିମ୍ବଦନ୍ତୀ ଅନୁସାରେ ତ୍ରେତେୟା ଯୁଗରେ ପିତା ଦଶରଥଙ୍କ ଆଦେଶ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ତୃଷ୍ନା ମେଣ୍ଟାଇବା ସହ ସ୍ନାନ ପାଇଁ ଦେବର ଲକ୍ଷ୍ମଣ ନିଜର ଶର ମୁନରେ ସୃଷ୍ଟି କରିଥିଲେ ସେହି କୁଣ୍ଡ । ଆଉ ସେଥିପାଇଁ ସେହି କୁଣ୍ଡକୁ କୁହାଯାଏ ସୀତା କୁଣ୍ଡ ବା ଦେବରକୁଣ୍ଡ । ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି କୁଣ୍ଡରେ ସ୍ନାନ କଲେ ରୋଗ ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ଭଦ୍ରକ ର ଦେବର କୁଣ୍ଡ ମେଳା ବିଷୟ ରେ ପୌରାଣିକ କଥା । ଭଦ୍ରକ ଜିଲ୍ଲା ର କାଉପୁର ଠାରେ ବହିଯାଇଛି ପୂଣ୍ୟତୋୟା ସାଳନ୍ଦୀ ନଦୀ । ଏହି ନଦୀର ମଧ୍ୟସ୍ଥଳୀର ରହିଛି ଏକ କୁଣ୍ଡ । କିଏ କହେ ଦେବର କୁଣ୍ଡ ତ ଆଉ କିଏ କହେ ସୀତା କୁଣ୍ଡ । ଲୋକକଥା ଅଛି ଯେ ଏହି କୁଣ୍ଡକୁ ରାମ ଓ ସୀତାଙ୍କ ବନବାସ ସମୟରେ ଦିଅର ଲକ୍ଷ୍ଣଣ ଶର ମୁନରେ ସୃଷ୍ଟି କରିଥିଲେ । ଆଉ ଏହି କୁଣ୍ଡରେ ସୀତା ମାତା ଗାଧୋଇ ଥିଲେ । ସେଇଥି ପାଇଁ ଏହି କୁଣ୍ଡର ନାମ ଦିଅର କୁଣ୍ଡ ବା ଦେବର କୁଣ୍ଡ । ପ୍ରତିବର୍ଷ ଭୈମ ଏକଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ୧୨ଦିନ ଧରି ଚାଲେ ଏହି ମେଳା । ଏଥି ପାଇଁ ସମସ୍ତ ଅଞ୍ଚଳ ଉସôବ ମୁଖର ହୋଇ ଉଠେ । ଏହି ଉପଲକ୍ଷେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି କୁଣ୍ଡରେ ଆସି ବୁଡ ପକାନ୍ତି । ସାଳନ୍ଦି ନଦୀ ଗର୍ଭରେ ଦୁଇଟି କୁଣ୍ଡ ରହିଛି ସୀତା ସ୍ନାନ କରିଥିବା ସ୍ନାନ ସୀତାକୁଣ୍ଡ ଓ ଲକ୍ଷ୍ମଣ ସ୍ନାନ କରିଥିବା ସ୍ନାନ ଦେବରକୁଣ୍ଡ । ଏହି କୁଣ୍ଡରେ ବିବାହ ସମୟରେ ସମସ୍ତ ବ୍ୟବହୃତ ଜିନିଷ ନଦୀ ଜଳରେ ଭସେଇ ଦେଲେ ବୈବାହିକ ଜୀବନରେ ଖୁସି ଭରିଯାଏ ବୋଲି ବିଶ୍ୱାସ ରହିଛି । ଏଠାରେ ଏକ ରାମଚନ୍ଦ୍ର ଙ୍କର ମନ୍ଦିର ଅଛି ଏଠାରେ ରାମ, ସୀତା ଓ ଲକ୍ଷ୍ଣଣ ପୂଜା ପାଇଥାନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବୁଡ ପକାଇ ଆସି ପ୍ରଭୁ ରାମ ଙ୍କ ଆଶିଷ ଲାଭ କରିଥାଆନ୍ତି । ଭଦ୍ରକ ଜିଲ୍ଲା କାଉପୁରରେ ଏହି ଦେବରକୁଣ୍ଡ ନାମ ରେ ପ୍ରସିଦ୍ଧି ଲାଭ କରିଛି । ପ୍ରାକୃତିକ ଶୋଭ ଅତି ଆକର୍ଷଣୀୟ । ବହୁ ଦୂର ଦୂରାନ୍ତରୁ ବ୍ୟବସାୟୀ ମାନେ ଧାଇଁ ଆସନ୍ତି ଏହି ମେଳାକୁ । ଭଦ୍ରକ ବ୍ୟତୀତ ଭଦ୍ରକ ବାହାର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସନ୍ତି । ଘର କରଣା ଜିନିଷ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମନୋରଞ୍ଜନର ସମସ୍ତ ସୁବିଧା ଏଠାରେ ମିଳେ । ଭଳି ଭଳି ସୁସୁଆଦୁ ଖାଦ୍ୟ ଏଠାରେ ମିଳେ । ଗାଁ ଗହଳିରେ ଧାନ କଟାକଟି କାମ ସରିଥିବାରୁ ଏଠାରେ ସଂଧ୍ୟା ସମୟରେ ଆଖପାଖ ଲୋକଙ୍କ ସମାଗମ ବଡ ମହୋସôବର ଭ୍ରମ ସୃଷ୍ଟି କରିଥାଏ । ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲା ପୋଲିସ କଡା ବନେ୍ଦାବସ୍ତ କରାଯାଇଛି । ତେବେ କାରୋନା କଟକଣା ନଥିବାରୁ ଏଥର ମେଳା ଖୁବ ଜକଯମକ ରେ ପାଳିତ ହେଉଛି । କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି । ସାଳନ୍ଦୀ ନଦୀର ଗର୍ଭରେ ଥିବା ଏହି ଦେବରକୁଣ୍ଡରେ ମେଳା ସମୟରେ ବୁଡ ପକାଇଲେ ରୋଗ, ଶୋକ ଓ ପାପ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଲୋକେ ଏହି କୁଣ୍ଡରେ ବୁଡ ପକାଇବା ପାଇଁ ଧାଇଁ ଆସନ୍ତି ।